March 14, 2025
Home » ମ୍ପ୍ୟୁଟର କେନ୍ଦ୍ର ରେ ପୋଲିସ ର ଚଢ଼ାଉ,ନକଲି ପ୍ରୋପାଇଟର କୁ ଗିରଫ କଲା ମନମୁଣ୍ଡା ପୋଲିସ

ମ୍ପ୍ୟୁଟର କେନ୍ଦ୍ର ରେ ପୋଲିସ ର ଚଢ଼ାଉ,ନକଲି ପ୍ରୋପାଇଟର କୁ ଗିରଫ କଲା ମନମୁଣ୍ଡା ପୋଲିସ

0

l ବୌଦ୍ଧ —ବୌଦ୍ଧ ଜିଲ୍ଲା ଦହ୍ୟା ଠାରେ ଓମ୍ କମ୍ପୁଟର ସେଣ୍ଟର୍ ରେ ଚାଲିଥିବା ଅସଲି ଆରଆଇ( RI )ପରୀକ୍ଷା l ପ୍ରଥମ ସିଫ୍ଟ ରେ ୩୭ ଜଣ ପରୀକ୍ଷା ର୍ଥୀ ପରୀକ୍ଷା ଦେଉଥିବା ବେଳେ ଦିନ କୁ ତିନି ଟି ସିଫ୍ଟରେ ପରୀକ୍ଷା କେନ୍ଦ୍ର ରେ ଚାଲିଥିଲା ପରୀକ୍ଷା l ଗତକାଲି କୌଣସି ସୂତ୍ର ରୁ ଖବର ପାଇଁ ସେଣ୍ଟର ର ନକଲି ପ୍ରୋପାଇଟର ବୋଲାଉଥିବା ଅଭିଯୁକ୍ତ ସୁବଳ କହଁର କୁ ମାଡ଼ିବସିଲା ପୋଲିସ ।

ଘଟଣା ସ୍ଥଳରେ ଅସଲି କମ୍ପ୍ୟୁଟର ସେଣ୍ଟର୍ ର ମାଲିକ ର ଦେଖା ନାହିଁ। ଅସଲି କମ୍ପ୍ୟୁଟର ସେଣ୍ଟର୍ ର ମାଲିକ ସମ୍ବିଦ କୁମାର ବେହେରା ଙ୍କ ଆଧାର କାର୍ଡ ରେ ନକଲି ପ୍ରୋପାଇଟର ବୋଲାଉଥିବା ଅଭିଯୁକ୍ତ ସୁବଳ କହଁରର ଲାଗିଥିଲା ଫଟୋ l କିଛି ଦିନ ହେଲା ନକଲି ମାଲିକାନା ରେ ଚାଲିଥିଲା ଏହି କମ୍ପ୍ୟୁଟର ସେଣ୍ଟର୍ l ନକଲି ମାଲିକ କୁ ଗିରଫ କରିଛି ମନମୁଣ୍ଡା ପୋଲିସ l ପିଲା ଙ୍କ ଭବିଷ୍ୟତ କୁ ନେଇ ଉଠୁଛି ପ୍ରଶ୍ନ । ଏହାକୁ ନେଇ ଆଧିକ ତଦନ୍ତ କରୁଛି ପୋଲିସ୍ l ଅସଲି କମ୍ପ୍ୟୁଟର ସେଣ୍ଟର୍ ର ମାଲିକ କୁ କେବେ ଗିରଫ କରୁଛି ପୋଲିସ୍ ତାହା ଦେଖିବାକୁ ବାକି ରହିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *