November 28, 2025
Home » ଯକ୍ଷ୍ମା ଓ ରକ୍ତ ଶିକୁଳୀ ରୋଗର ଉପଚାର ପାଇଁ ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶାଙ୍କ ସହ ଚୁକ୍ତି ସ୍ବାକ୍ଷରିତ

ଯକ୍ଷ୍ମା ଓ ରକ୍ତ ଶିକୁଳୀ ରୋଗର ଉପଚାର ପାଇଁ ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶାଙ୍କ ସହ ଚୁକ୍ତି ସ୍ବାକ୍ଷରିତ

0
WhatsApp Image 2025-02-19 at 4.15.15 PM

_ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ତା ୧୭.୨.୨୫ ରିଖ ଦିଵା ଏକ ଘଣ୍ଟା ସମୟରେ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶାଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ରେ ଯକ୍ଷ୍ମା ଓ ରକ୍ତ ଶିକୁଳୀ ରୋଗର ଉପଚାର ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛ।ଏହି ଅବସରରେ ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶାଙ୍କ ତରଫରୁ ସାଧାରଣ ପ୍ରବନ୍ଧକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେହେରା ତଥା ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଜେନା ଓ.ପ୍ର.ସେ. ଓ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ମଧ୍ୟରେ ସ୍ବାକ୍ଷରିତ ହୋଇଛି।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ( ଯକ୍ଷ୍ମା ) କନ୍ଧମାଳ, ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀ, ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ କନ୍ଧମାଳ ଡାକ୍ତର କଲ୍ୟାଣୀ ମିଶ୍ର, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପରିଚାଳକ ଶ୍ରୀ ମନୋରଞ୍ଜନ ସାହୁ,ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶା( ଉଦ୍ୟୋଗିକ ସାମାଜିକ ଦାୟିତ୍ୱ ପାଣ୍ଠି ) ସହ ପରିଚାଳକ ଶ୍ରୀ ଅରବିନ୍ଦ ସାହୁ, ଜିଲ୍ଲା ଯକ୍ଷ୍ମା ସଂଯୋଜକ ଶ୍ରୀ ସଞ୍ଜୟ କୁମାର ସାହୁ, ଜିଲ୍ଲା ଗୁଣବତ୍ତା ପରିଚାଳକ ଶ୍ରୀ ଯୁକ୍ତ ଦୁଷ୍ମନ୍ତ ସୁତାର, ଜିଲ୍ଲା ଅଣ ସଂକ୍ରାମକ ରୋଗ ପରିଚାଳକ ଶ୍ରୀ ଅଶୋକ କୁମାର ସାହୁ ଉପସ୍ଥିତ ଥିଲେ। ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶା ( ଉଦ୍ୟୋଗିକ ସାମାଜିକ ଦାୟିତ୍ୱ ପାଣ୍ଠି ) ତରଫରୁ କନ୍ଧମାଳ ଜିଲ୍ଲା ରେ ଯକ୍ଷ୍ମା ରୋଗର ଉପଚାର ପାଇଁ ମୋଟ ୪.୧୧.୦୦.୦୦୦ ( ଚାରି କୋଟି ଏଗାର ଲକ୍ଷ ଟଙ୍କା) ଓ ରକ୍ତ ଶିକୁଳୀ ରୋଗର ନିରାକରଣ ପାଇଁ ମୋଟ ୨.୯୧.୬୦.୦୦୦ ( ଦୁଇ କୋଟି ଏକାନବେ ଲକ୍ଷ ଷାଠିଏ ହଜାର ଟଙ୍କା ) ଏହିପରି ସର୍ବମୋଟ ୭.୦୨.୬୦.୦୦୦ ( ସାତ କୋଟି ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ) ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି।ଏହି ପ୍ରଦତ୍ତ ଅର୍ଥ ରାଶି ଜିଲ୍ଲା ରେ ଥିବା ୧୪୦୨ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ପାଇଁ ପୃଷ୍ଟି କର ଖାଦ୍ୟ ଦେବା ପାଇଁ ଯୋଜନା କରାଯାଇଛି। ସେହିପରି ଜିଲ୍ଲା ରେ ୨୪୨୯୭ ଜଣ ରକ୍ତ ଶିକୁଳୀ ରୋଗୀ ଥିଲା ବେଳେ ରୋଗୀ ଚିହ୍ନଟ ପାଇଁ ଉନ୍ନତ ଯନ୍ତ୍ରପାତି ଯୋଗାଣ ଓ ଏହି ରୋଗର ଭୟାବହତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଉକ୍ତ ପ୍ରଦାନ ରାଶି ଖର୍ଚ୍ଚ କରାଯିବ।ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ଵାରା ମହାନଦୀ କୋଲ ଫିଲଡ ଲିମିଟେଡ ବୁଲା ଓଡ଼ିଶା ର ଉପସ୍ଥିତି କର୍ମକର୍ତ୍ତା ଙ୍କୁ କନ୍ଧମାଳ ଜନସାଧାରଣ ଙ୍କ ସ୍ବାସ୍ଥ୍ୟ ନିମନ୍ତେ ସମ୍ବେଦନଶୀଳତା ପାଇଁ ସମସ୍ତ ଜିଲ୍ଲା ବାସୀ, ସମସ୍ତ ଯକ୍ଷ୍ମା ରୋଗୀ ଓ ରକ୍ତ ଶିକୁଳୀ ରୋଗୀଙ୍କ ତରଫରୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ଜିଲ୍ଲା ର ଉନ୍ନତୀ ପାଇଁ ବିଭିନ୍ନ ସଂସ୍ଥା ସହ ସହବନ୍ଧକ କରି କନ୍ଧମାଳ ଜିଲ୍ଲା ର ଉନ୍ନତୀ ପାଇଁ ସଦାସର୍ବଦା ଉଦ୍ୟମରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଅମୃତ ଋତୁରାଜ ଭା. ପ୍ର. ସେ ଙ୍କୁ ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *