July 5, 2025
Home » ଯାଦୁଗର ଉଦ୍ଧବ ପଧାନଙ୍କୁ ରାଜ୍ୟପାଳ ପୁରସ୍କାର l

ଯାଦୁଗର ଉଦ୍ଧବ ପଧାନଙ୍କୁ ରାଜ୍ୟପାଳ ପୁରସ୍କାର l

0
WhatsApp Image 2025-03-11 at 6.23.54 AM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ କାଉନସେଲର ତଥା ଆଇଟି ଅଧ୍ୟାପକ ଉଦ୍ଧବ ପଧାନ ରାଜ୍ୟର ଶ୍ରେଷ୍ଠ ପରାମର୍ଶଦାତା ଭାବେ ପୁରସ୍କୃତ ହୋଇଛନ୍ତି l ଭୁବନେଶ୍ୱରସ୍ଥିତ ଅଭିଷେକ ପ୍ରେକ୍ଷାଳୟ ରେ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ପୁରସ୍କାର ବିତରଣ ଉତ୍ସବରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଧାନଙ୍କୁ 2023-2024 ବର୍ଷ ପାଇଁ ଟ୍ରଫି,ମାନପତ୍ର ଓ ଅର୍ଥରାଶି ଦେଇ
ସମ୍ମାନୀତ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ଓ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରକାଶ ଯେ ଶ୍ରୀ ପଧାନଙ୍କ ଯୁବ ରେଡକ୍ରସ ର ଉଲ୍ଲେଖନୀୟ ଅବଦାନ ରହିଛି ଏବଂ ମ୍ୟାଜିକ ମାଧ୍ୟମ ରେ ଅନ୍ଧବିଶ୍ୱାସ ଉପରେ ସଚେତନତା ସୃଷ୍ଟି କରି ଲୋକପ୍ରିୟ ଯାଦୁଗର ଭାବରେ ବେଶ ପରିଚିତ l ପୂର୍ବରୁ ସବୁଜ ଯୋଦ୍ଧା ସେନାପତି ସମ୍ମାନ, ସଂସ୍କୃତି ସେବା ସମ୍ମାନ, ବିଲ୍ଲଡ଼ ଭାରତ ଲିଡରସିପ ଆୱାର୍ଡ , ବେଷ୍ଟ ଯାଦୁଗର ସମେତ ବିଭିନ୍ନ ମଞ୍ଚରେ ସମ୍ମାନିତ ହୋଇଛନ୍ତି l ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସ କନଭେନର ସେକ୍ରେଟାରୀ ଉମାକାନ୍ତ ନାଗ, ଜିଲ୍ଲା ସଂଯୋଜକ ବିଶ୍ଵନାଥ ମିଶ୍ର, ସମସ୍ତ କାଉନସେଲର,ଜିଲ୍ଲା ଯାଦୁଗର ସଂଘ ସଭାପତି ଯଦୁନାଥ ମିଶ୍ର ଏବଂ ସମସ୍ତ ସ୍ବେଛାସେବୀ ଶ୍ରୀ ପଧାନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଏହି ସଫଳତା ର ଶ୍ରେୟ ଶ୍ରୀ ପଧାନ ତାଙ୍କ ସହଧର୍ମିଣୀ ଫରେଷ୍ଟର ସୋନାଲିକା,ସମସ୍ତ ଗୁରୁଜନ,ପରିବାର ବର୍ଗ ,ଯୁବ ରେଡକ୍ରସ ପରାମର୍ଶ ଦାତା ଏବଂ ସ୍ବେଛାସେବୀ ମାନଙ୍କୁ ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *