July 27, 2025
Home » ଯୁବକଙ୍କ ନିଆରା ଶିବ ଭକ୍ତି….ଗଡି ଗଡି ୧୦୦ କି.ମି ବୋଲବମ ଯାତ୍ରା।

ଯୁବକଙ୍କ ନିଆରା ଶିବ ଭକ୍ତି….ଗଡି ଗଡି ୧୦୦ କି.ମି ବୋଲବମ ଯାତ୍ରା।

0
WhatsApp Image 2025-07-21 at 5.53.26 PM

ଚାଲିଛି ଶ୍ରାବଣ ମାସ ,ସବୁଆଡେ କାଉଡ଼ିଆ ଙ୍କ ଭିଡ଼ ।ପ୍ରଭୁ ଭୋଳାନାଥ ଙ୍କ ନିକଟରେ ଜଳଲାଗି ପାଇଁ ଜଣେ ଯୁବକ ଙ୍କ ନିଆରା ବୋଲବମ୍ କରୁଥିବା ଦେଖିବାକୁ ମିଳିଛି । କାନ୍ଧରେ ବାହୁଙ୍ଗୀ ପରିବର୍ତ୍ତେ ହାତରେ ନଡ଼ିଆ ଓ ଜଳ ଧରି ତଳେ ଗଡି ଗଡି ଯିବା ଦୃଶ୍ୟ ଦେଖିବାକୁ ମିଳିଛି। ଏପରି ଭକ୍ତି ଭାବରେ ସେ ୧୦୦କିମି ଯାତ୍ରା କରିବେ ବୋଲି ଜଣା ପଡିଛି।। ପଡୋଶୀ ନୂଆପଡା ଜିଲ୍ଲା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ଯୁବକ ସୋମନାଥ ବାବା ଦୀର୍ଘ ୧୦ଦିନ ହେବ ପ୍ରଭୁ ଭୋଳାନାଥ ଙ୍କ ଠାରେ ଜଳ ଲାଗି ପାଇଁ ହାତରେ ନଡ଼ିଆ ଓ ଜଳ ଧରି ଗଡି ଗଡି ଦୀର୍ଘ ୧୦୦କିମି ଯାତ୍ରା କରୁଥିବା ସେ କହିଛନ୍ତି । କଳାହାଣ୍ଡି ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀ ଡୋକରିଚଞ୍ଚରା ରୁ ଜଳ ଉଠାଇ ସିନାପାଲି (ଘଣ୍ଟିଗୁଡା)ର ଶୈବ ପୀଠ ରେ ଜଳଲାଗି କରିବେ।ସେ ଶ୍ରାବଣ ମାସ ୧୦ତାରିଖ ରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ୧୦ଦିନ ମଧ୍ୟରେ ଗଡି ଗଡି ଦୀର୍ଘ ୬୦କିମି ଯାତ୍ରା କରି ସାରିଛନ୍ତି। ଏହି ଯାତ୍ରା ୨୧ଦିନ ମଧ୍ୟରେ ଶେଷ କରିବାର ସେ ଲକ୍ଷ ରଖିଛନ୍ତି। ଆହୁରୀ ୪୦କି.ମି ଦୂର ଯିବା ପରେ ସିନାପାଲି (ଘଣ୍ଟିଗୁଡା)ର ଶୈବ ପୀଠ ରେ ଜଳଲାଗି କରିବେ। ଏହି ନିଆରା ଭକ୍ତିମୟ ବୋଲବମ କୁ ଦେଖିବା ପାଇଁ ରାସ୍ତା କଡରେ ଶହ ଶହ ଲୋକଙ୍କ ଗହଳି ଦେଖା ଦେଉଛି । ଏହି ନିଆରା ବୋଲବମ ଯାତ୍ରା ରେ ଭାଗରଥୀ ଦାଶ,ସଂଜୟ ଦାଶ,ପରୀକ୍ଷିତ ନାଏକ, ସଚିନ୍ଦ୍ର କଟା,ଯୁଗସନ ମେହେର ପ୍ରମୁଖ ସହଯୋଗ କରୁଛନ୍ତି ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *