November 12, 2025
Home » ରକ୍ଷ୍ୟକ ହୋଇ ଭକ୍ଷ୍ୟକ ସାଜିଲେ ମହାବିରୋଡ୍ ବନାଞ୍ଚଳ଼ ଅଧିକାରୀ

ରକ୍ଷ୍ୟକ ହୋଇ ଭକ୍ଷ୍ୟକ ସାଜିଲେ ମହାବିରୋଡ୍ ବନାଞ୍ଚଳ଼ ଅଧିକାରୀ

0
WhatsApp Image 2025-10-26 at 11.25.56 AM

 

 

– ପୁଅ ନାମରେ କାଠ ସବ୍ ମିଲ୍ ରସିଦରେ ଚୋରା ଶାଗୁଆନ କାଠ
– ଚାଲାଣ ବେଳେ ଗାଡ଼ିକୁ ଅଟକାଇ ରଖିଲେ ସ୍ଥାନୀୟ ଲୋକେ –

କଙ୍କଡ଼ାହାଡ଼: ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେଉଥିବା ଜଙ୍ଗଲ ବିଭାଗ ଅଧିକାରୀ ନିଜେ ଚୁର ସାଜିଛନ୍ତି।ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ଼଼ ଅଧିକାରୀ ହରେଶ ଚନ୍ଦ୍ର କିଶାନ ନିଜ ପୈତୃକ ଘରକୁ ପିକ୍ ଅପ୍ ଗାଡ଼ିରେ ୩୪ ଘନଫୁଟ ଶାଗୁଆନ କାଠ ନେଉଥିବା ବେଳେ ସ୍ଥାନୀୟ ଲୋକ ଗାଡିକୁ ଅଟକ ରଖି ବନବିଭାଗ କୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ମୁତାବକ ମହାବିରୋଡ଼ ବନାଞ୍ଚଳ଼଼ କାର୍ଯ୍ୟାଳୟ ଠାରୁ ଦୁଇ ଶହ ମିଟର ଦୂରରେ ଥିବା ଶାଗୁଆନ ବଗିଚାରୁ ଦୁଇଟି ଗଛ କଟା ଯାଉଥିବା ବେଳେ କୌଣସି ବନ ବିଭାଗ ଅନୁମତି ନଥାଇ କେଉଁ ଭଳି ଭାବେ ଗଛ କଟା ଯାଇଛି କିନ୍ତୁ ବନ ବିଭାଗ ପାଖରେ ସୂଚନା ନଥିବା ଏକ ବିସ୍ମୟ ସୃଷ୍ଟି କରିଛି।

ବନାଞ୍ଚଳ଼ଅଧିକାରୀ ଶ୍ରୀ ହରେଶ କିଶାନ ଉକ୍ତ ଶାଗୁଆନ ଗଛ କାଟି କୁଚିଣ୍ଡା ଅଞ୍ଚଳରେ ଥିବା ପୈତୃକ ଘର କୁ ନେଉଥିବା ଅଭିଯୋଗ ହୋଇଛି କାରଣ ଯେଉଁ ଗାଡ଼ିରେ ଶାଗୁଆନ କାଠ ଯାଉଥିଲା ସେହି ଗାଡ଼ି ରେ ଜଙ୍ଗଲ ବିଭାଗ ର ଏକ ବାନର ଘୋଡ଼ାଇ ନିଆଯାଉଛି। ଏହି ସଂକ୍ରାନ୍ତରେ ବନାଞ୍ଚଳ଼ ଅଧିକାରୀ ଶ୍ରୀ କିଶାନ କହିଛନ୍ତି କି ଯେଉଁ ପିକ୍ ଅପ୍ ଗାଡ଼ିରେ ଶାଗୁଆନ କାଠ ଯାଉଥିଲା ତାହା କାଠ ସବ୍ ମିଲ଼୍ ରୁ ଆଣିଥିଲି। ଗାଡି ଖରାପ ହେବାରୁ ଛିଡା କରାଯାଇଥିଲା କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ବନ୍ୟାଞ୍ଚଳ଼ ଅଧିକାରୀ ନିଜ ଅଞ୍ଚଳ ରେ ଥିବା କାଠ ମାଫିଆଙ୍କ ସହିତ ମିଶି କାଠ ଚୋରି କରୁଛନ୍ତି କାରଣ ତାଙ୍କ ନିଜ ର ଘର ୧୫୦ କିମି ଦୂରରେ ତେଣୁ ସ୍ବଭାବିକ୍ ଭାବେ ବନାଞ୍ଚଳ ଅଧିକାରୀ କାଠ ନିଜେ ଚୋରି କରୁଛନ୍ତି।ଏବଂ କାର୍ଯ୍ୟାଳୟ ପାଖରୁ ଯେଉଁ ଶାଗୁଆନ ଗଛ କଟାଯାଇଛି ତାହାର କିଛି ଅନୁମତି ନାହିଁ।

ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରୁ ଶାଗୁଆନ ଗଛ କାଟି ନେଉଥିଲେ ମଧ୍ୟ କିପରି ଭାବରେ ଅଧିକାରୀ ମାନେ ଜାଣିପରିଲେ ନାହିଁ ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ‌। ସରକାର ଏକ୍ ପେଡ଼୍ ଏକ୍ ମା ନାରା ଦେଉଥିବା ବେଳେ ଗଛ ଲଗାଇ ପରିବେଷ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଲାଗି ପଡ଼ିଥିବା ବେଳେ ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ କିଶାନ ସରକାର ଙ୍କୁ ଖାତିରି ନକରି ନିଜ ପଦମର୍ଯ୍ୟାଦା ଅପବ୍ୟବହାର କରି ଗଛ କାଟି ଲୋଟି ବାର ବ୍ୟସ୍ତ । ଶାଗୁଆନ ଗଛ କୁ କାଟି ବନାଞ୍ଚଳ଼ ଅଧିକାରୀ ନେଉଥିବା ଅଭିଯୋଗ ଉପରେ ଜିଲ୍ଲା ବନଖଣ୍ଡ ଅଧିକାରୀ ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବେଶବିତ୍ ଓ ଅଞ୍ଚଳ ବାସି ମାନେ ମତପ୍ରକାଶ କରିଛନ୍ତି।

 

କଙ୍କଡ଼ାହାଡ଼ ଇପିଏ ରୁ ଟୁକୁନ୍ ବିଶ୍ବାଳ ଙ୍କ ରିପୋର୍ଟ
ଇପିଏ ନିଉଜ

 

 

Leave a Reply

Your email address will not be published. Required fields are marked *