March 18, 2026
Home » ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’: ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’: ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

0
1000988672

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 3652; AI_Scene: (-1, -1); aec_lux: 227.46693; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 38;

ନୟାଗଡ଼: ନୟାଗଡ ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ।
ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଭଉଣୀ ନିଜର ସୁନା ମୁଦିଟିକୁ ବିକ୍ରି କରିବାକୁ ଦିଏ। ତେବେ ସହରର ଜଣେ ଅସାଧୁ ବ୍ୟବସାୟୀ ପାଣୁ ମୃଦୁଲି ଓ ଦୁର୍ନୀତିଗ୍ରସ୍ତ ପୋଲିସ ଇନ୍ସପେକ୍ଟର ଅଜୟ ମହାପାତ୍ରଙ୍କ ଚକ୍ରବ୍ୟୁହରେ ଫସିଯାଏ ବିଶ୍ୱନାଥ। ଜଣେ ନିରୀହ ଯୁବକ କିଭଳି ବ୍ୟବସ୍ଥାର ଶିକାର ହୋଇ ହାଜତ ଭିତରେ ମୃତ୍ୟୁବରଣ କରୁଛି, ତାହାକୁ ଅତି ମାର୍ମିକ ଭାବେ ଏହି ନାଟକରେ ଦର୍ଶାଯାଇଥିଲା। କ୍ଷମତା ଓ ଅହଂକାରର ଅନ୍ଧ ଗଳିରେ ଘୁରି ବୁଲୁଥିବା ଇନ୍ସପେକ୍ଟର ଅଜୟଙ୍କୁ ଭଗବାନ କି ଦଣ୍ଡ ଦେବେ ତାହାକୁ ଦର୍ଶକ ମାନେ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ବେଳେ , ତାହା ନାଟକର ଶେଷ ଭାଗରେ ରୋମାଞ୍ଚକର ଭାବେ ଉପସ୍ଥାପନ କରା ଯାଇଥିଲା।
ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିମଳ କୁମାର ପଟ୍ଟଜୋଶୀ, ସୁକାନ୍ତ କୁମାର ଦାସ, ସୁବାଷ ପଣ୍ଡା, ବ୍ରହ୍ମାନନ୍ଦ ଜେନା, ସୁନୀଲ ପଢିଆରୀ, ଅଜିତ କୁମାର ମହାପାତ୍ର ଏବଂ ଅର୍ଚ୍ଚିତା ଦାଶ। ସଙ୍ଗୀତରେ ରାଜ କୁମାର ରହିଥିବା ବେଳେ  ଆଲୋକ ପରିଚାଳନା ଦୀପ୍ତି ରଞ୍ଜନ ଦାଶ କରିଥିଲେ। ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଦିବସର ଉଦଘାଟନୀ କାର୍ଯ୍ୟକ୍ରମରେ ନାଟକର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନାଟ୍ୟାନୁଷ୍ଠାନ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ନାଟକଟି ସାମ୍ପ୍ରତିକ ସମାଜର ମାନସିକତାକୁ ଏକ ବଡ଼ ପ୍ରଶ୍ନବାଚୀ ପକାଇବା ସହ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ବେଶ ସଫଳ ହୋଇଥିଲା।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *