February 8, 2026
Home » ରାଜ୍ୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୫-୨୬ରେ କେନ୍ଦୁଝରର ଅଭୟ ଜେନା ଉପବିଜେତା।

ରାଜ୍ୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୫-୨୬ରେ କେନ୍ଦୁଝରର ଅଭୟ ଜେନା ଉପବିଜେତା।

0
WhatsApp Image 2026-01-03 at 10.48.57 PM

କେନ୍ଦୁଝର:ନିକଟରେ ଡିସେମ୍ବର ୨୮ରୁ ୩୦ ତାରିଖ ଯାଏ ଓଡିଶା ଷ୍ଟେଟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିୟାନସିପ ୨୦୨୫ – ୨୬ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅନେକ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଏଥିରେ ଭାଗ ନେଇଥିଲେ। ତେବେ କେନ୍ଦୁଝରର ଅଭୟ କୁମାର ଜେନା ଡବ୍ଲ୍ୟୁଏଚ ୧ କ୍ୟାଟାଗୋରୀରେ ଫାଇନାଲ ଯାଇ ରନର୍ସ ଅପ ହୋଇଛନ୍ତି।

ସେ ଲଢୁଆ ଖେଳ ଖେଳି କୋରାପୁଟର ସୁଦର୍ଶନ ନାଗଙ୍କ ଠାରୁ ହାରିଯାଇଥିଲେ। ଏହି କୃତିତ୍ୱ ଲାଗି ଶ୍ରୀ ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *