October 23, 2025
Home » ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଚତୁର୍ଥ ବାର୍ଷିକ ମହା ସମାରୋହରେ ପାଳିତ

ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଚତୁର୍ଥ ବାର୍ଷିକ ମହା ସମାରୋହରେ ପାଳିତ

0
WhatsApp Image 2025-08-02 at 5.53.25 PM

ଛତ୍ରପୁର ଏନଏସି ର ରିକାପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଚତୁର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି ତଥା ଛତ୍ରପୁର ଏନଏସି ର ୧୦ ନଂ ୱାର୍ଡ କାଉନ ସିଲର ଦେବାଶିଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟ ର ବିଭିନ୍ନ ଜନ କଲ୍ୟାଣକାରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟ ଜାରି ରହୁ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଟ୍ରଷ୍ଟ ର କାର୍ଯ୍ୟକ୍ରମ କୁ ଶୁଭେଚ୍ଛା ଜଣାଇଥିଲେ, ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଆଇନ ପରାମର୍ଶ ଦାତା ବିଜୟ କୃଷ୍ଣ ପଟ୍ଟନାୟକ, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଉପଦେଷ୍ଟା ପ୍ରଶାନ୍ତ କୁମାର ଶତ ପଥି, ସମ୍ପାଦିକା ଝିଲିବାଳା ରାଉତ ଓ ଯୁଗ୍ମ ସମ୍ପାଦିକା ଗୀତା ସାହୁ ଯୋଗଦେଇ ଟ୍ରଷ୍ଟ ର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l

ଏହି ଅବସରରେ ଗରୀବ ଓ ଅସହାୟ ପିଲା ଙ୍କୁ ମାଗଣା ପାଠ ପଢ଼ାଇବା ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଶିକ୍ଷାବିତ ତଥା ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସ୍ୱାଧୀନ କୁମାର ରଥ, ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଲାଇନମ୍ୟାନ ବିନୋଦ କ୍ରୀଷ୍ଣା ସାହୁ, ବିପଦ ସମୟରେ ସହଯୋଗ କରିଥିବା ଛତ୍ରପୁର ଫାୟାର ର ଅଫିସର ଧନଞ୍ଜୟ ମଲ୍ଲିକ, ସହରକୁ ସ୍ଵଛ ଓ ସୁନ୍ଦର ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସଫେଇ କର୍ମଚାରୀ ପ୍ରଶାନ୍ତ କୁମାର ନାଗରିକ ଙ୍କୁ ମାନପତ୍ର ଓ ଉପ ଢୌକନ ଦେଇ ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶେଷରେ ସହରର ସମସ୍ତ କାଉନ ସିଲର ଏବଂ ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ ଙ୍କୁ ମଧ୍ୟ ବିଧାୟକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହି ଅବସରରେ ଛତ୍ରପୁର ସହରର ବହୁ ବୁଦ୍ଧିଜୀବୀ, କାଉନ ସିଲର, ଜନ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଉପଦେଷ୍ଟା ଡ଼. ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିବା ସହିତ ସମ୍ପାଦକ ବିବରଣୀ ପାଠ କରିଥିଲେ, ଶେଷରେ ସମ୍ପାଦିକା ଝିଲିବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ଆଗାମୀ ଦିନରେ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଟ୍ରଷ୍ଟ ପକ୍ଷରୁ ଅଂଚଳ ର ରୋଗଙ୍କ ସେବା ନିମନ୍ତେ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ସଭାପତି ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *