ରାମନାଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କାର୍ଯ୍ୟାଳୟର ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହତା, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସିଡିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ,ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୋଟ ୨୩ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୧୬ଟି ବ୍ୟକ୍ତିଗତ, ୦୬ଟି ସାମୁହିକ, ଗୋଟିଏ ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା ।

ଏହି ଅଭିଯୋଗ ଶିବିରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣିଧନ ଚିକତ୍ସା ଅଧିକାରୀ ଡାକ୍ତର ଦେବରାଜ ନାୟକ, ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବଶଙ୍କର ଚୌଧୁରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅମୂଲ୍ୟ ଚିନ୍ନାର, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାମନାଗୁଡା ତହସିଲଦାର, ରାମନଗୁଡା ପ୍ରାଣ କୃଷ୍ଣ ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରି ଅଭିଯୋଗ ମାନ ଶୁଣାଣୀ କରିଥିଲେ lଏହି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଆଶ୍ଚର୍ଯ୍ୟର କଥା ହେଲା ୨୩ ଗୋଟି ଅଭିଯୋଗ କାରୀଙ୍କ ମଧ୍ୟରୁ ଏପ୍ରିଲ ମାସ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ପଞ୍ଜିକରଣ କ୍ରମାଙ୍କ ସଂଖ୍ୟା ୨୧/୬୯୩ ରେ ରାୟଗଡା ଜିଲ୍ଲା ଗୁଣୁପୁର ର ଆଇନଜୀବୀ ହିମକାନ୍ତ ମହାପାତ୍ର ମଧ୍ୟ ଅଭିଯୋଗ କରିଥିଲେ ସେ ଗୁଣୁପୁର ମୌଜାର ଖାତା ନମ୍ବର ୩୨୧/୪୫୫୩,ପ୍ଲଟ ନମ୍ବର ୯୮୭/୧୭୨୦ ଓ ପ୍ଲଟ ନମ୍ବର ୯୮୫/୧/୧୭୧୯ ରେ ମୋଟ ଏକର ୦.୦୪ ସେଣ୍ଟ ଜମି କ୍ରୟ କରି ଘରବାରୀ କରିଛନ୍ତି ଘର ତିଆରି କରିବା ଉଦ୍ଦେଶ୍ୟରେ ଜମି ଚିହ୍ନଟ ମାମଲା ନମ୍ବର ୬୦/୧୬ ତା ୦୧:୦୭:୨୦୧୬ ରିଖ ରେ ସରକାରୀ ଫିଜ ଦାଖଲ କରି ଉକ୍ତ ଦିନ ଠାରୁ ଗୁଣୁପୁର ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ତହସିଲଦାର, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜମି ଚିହ୍ନଟ କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ବିଜେଡି ସରକାର ଠାରୁ ଆରାମ୍ଭ କରି ଭାଜପା ସରକାର ପର୍ଯ୍ୟନ୍ତ ନିଜ ଜମି ଚିହ୍ନଟ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିବା ଆଇନଜୀବୀ ହିମକାନ୍ତ ମହାପାତ୍ର କହିଛନ୍ତି।ସେହିପରି ସେ ଜଣେ ପେଷାରେ ଆଇନଜୀବୀ ହୋଇଥିଲେ ମଧ୍ୟ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ଆଜିକୁ ୯ ବର୍ଷ ଧରି ସଂଘର୍ଷ କରି କାହାକୁ ଗୁହାରି କରିଲେ ମଧ୍ୟ କେହି ଶୁଣୁ ନଥିବା ବେଳେ ଜଣେ ସାଧାରଣ ଲୋକ ର ଗୁହାରି କିପରି ସମାଧାନ ହେଉଥିବ ମୋ ଘଟଣା ରୁ ସହଜେ ଅନୁମେୟ ବୋଲି ଅଭିଯୋଗ କରିଛନ୍ତି। ଯଦି ଜମି ଚିହ୍ନଟ ସମ୍ପର୍କରେ ଆର ଆଇ କିମ୍ବା ତହସିଲଦାର ଙ୍କୁ କହିଲେ ପୁରୁଣା କଥା ଆମେ ଜାଣିନାହୁଁ ବୋଲି କହୁଥିବା ବେଳେ ଉକ୍ତ କେସ ରେକର୍ଡ ର ସାର୍ଟିଫାଇଡ଼ କପି ମାଗିଲେ ମଧ୍ୟ ରେକର୍ଡ ନାହିଁ ବୋଲି ଗୁଣୁପୁର ତହସିଲଦାର କହିଥିବା ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି। ଗୁଣୁପୁର ରାଜସ୍ୱ ନିରୀକ୍ଷକ ଜମି ଚିହ୍ନଟ ପାଇଁ ଖାତାଦାର ଙ୍କୁ ସ୍କେଚ ମ୍ୟାପ ମାଗୁଛନ୍ତି କିନ୍ତୁ କାର୍ଯ୍ୟାଳୟ ରେ ଥିବା ମ୍ୟାପ କୁ ଖୋଜୁ ନାହାନ୍ତି ବୋଲି କହିଥିବା ବେଳେ ଜମି ଚିହ୍ନଟ ପାଇଁ ପୁରୁଣା ମାମଲା ଗୁଡିକ ପଡିରହିଥିବା ସ୍ଥଳେ ନୂତନ ଜମି ଚିହ୍ନଟ କିପରି ହେଉଛି ବୋଲି ଅଭିଯୋଗ କରିଛନ୍ତି।ତେବେ ଆଇନଜୀବୀ ଶ୍ରୀ ହିମକାନ୍ତ ମହାପାତ୍ରଙ୍କ ଭଳି ଅନେକ ଅଭିଯୋଗ କାରୀଙ୍କ ଅଭିଯୋଗ ର କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା।ଅନ୍ୟ ମାନଙ୍କ ମଧ୍ୟରେ
ସହକାରି ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣି ସହାୟକ ଅଚ୍ୟୁତାନନ୍ଦ ଲିମା ଶିବିର ପରିଚାଳନା କରିଥିବା ବେଳେ ରାମନାଗୁଡା ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।
