February 5, 2025
Home » ରାସ୍ତା କଡ଼କୁ ଓଲଟିଲା ଲକ୍ଷ୍ମୀ ବସ, 10 ରୁ ଉର୍ଦ୍ଧ ଯାତ୍ରୀ ଆହାତ

ରାସ୍ତା କଡ଼କୁ ଓଲଟିଲା ଲକ୍ଷ୍ମୀ ବସ, 10 ରୁ ଉର୍ଦ୍ଧ ଯାତ୍ରୀ ଆହାତ

0

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହନାପଲ୍ଲୀ ଗ୍ରାମ ନିକଟରେ ରାସ୍ତା କଡ଼ କୁ ଓଲଟିଲା ଯାତ୍ରୀବାହି ଲକମି ବସ.. ଦୁର୍ଘଟଣା ରେ 10 ଜଣ ଆହାତ ହୋଇଥିବା ବେଳେ ସମସ୍ତଙ୍କୁ କବିସୂର୍ଯ୍ୟନଗର ମେଡିକାଲ ରେ ଭର୍ତି କରାଯାଇଛି l ଯାହା ସୂଚନା ମିଳିଛି ବସଟି ଆଜି ସକାଳୁ ବାଡ଼ମହୁରୀ ଗ୍ରାମରୁ ଯାତ୍ରୀ ଙ୍କୁ ନେଇ କବିସୂର୍ଯ୍ୟନଗର ଅଭିମୁଖେ ଆସିବା ସମୟରେ ମୋହନା ପଲ୍ଲୀ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡ ବିଲ ମାଳ କୁ ଓଲଟି ପଡିଛି..


ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସରପଞ୍ଚ ଓ ସମିତି ସଭ୍ୟ ମିଶି ଆହାତ ମାନଙ୍କୁ ଉଧାରକରି କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତି କରିଛନ୍ତି.. ହେଲେ. ମେଡିକାଲ ରେ ଡାକ୍ତର ଙ୍କ ପରାମର୍ଶ ପ୍ରକାରେ ଆହତଙ୍କ ମଧ୍ୟରେ ଶଶୀ ବେହେରା, ପିଙ୍କି ବେହେରା, ମମତା ନାହାକ, ବନିତା ବେହେରା ଙ୍କ ଏକ୍ସରେ ଆବଶ୍ୟକ ଥିବା ବେଳେ ସେମାନଙ୍କୁ ବାହାରକୁ ପଠାଯିବା ଯୋଗୁ ଅସନ୍ତୋଷ ଦେଖାଦେଇଥିଲା ଯାହା କୁହାଯାଉଛି ମେଡିକାଲ ରେ ଏକ୍ସ ରେ ମେସିନ ଅଛି ଟେକନିସିଆନ ଦରମା ନେଉଛି ଅଥଚ ମେସିନ କାମ କରୁନି.. ଏ ହେଉଛି ସେ ଅଚଳ ମେସିନ ଯାହା କି ନୂଆ ମେସିନ କହି ପୁରୁଣା ଆଣି ଲୋକଙ୍କୁ ଭୁଆଁ ବୁଲାଯାଇଛି..ସେହିପରି ନୂଆ ଆମ୍ବୁଲାନ୍ସ ଖତ ଖାଉଛି.. ମହିଳା ଗୋଷ୍ଠୀ ଏମ୍ବୁଲାନ୍ସ ପରିଚାଳନା କୁ ନେଇ ବିବାଦୀୟ ଦେଖା ଦେବା ପରେ ଖତ ଖାଉଛି ନୂଆ ଏମ୍ବୁଲାନ୍ସ କିନ୍ତୁ ଘରୋଇ ଗାଡି ରେ ରୋଗୀ ଙ୍କୁ ନିଆଗଲା.. ଦୁର୍ଘଟଣା ପରେ ଆହତ ଙ୍କୁ ନେଇ ଆସିଥିବା ଲୋକେ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ ସେବା ର ଅସଲ ଚିତ୍ର ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି lକେବେ ସୁଧୁରିବ ଏ ଅବ୍ୟବସ୍ଥା ତାହାକୁ ନେଇ ଆଶା ଆଶଙ୍କା ରେ ଅଞ୍ଚଳ ବାସୀ..ଏପଟେ ବେପରୁଆ ଗାଡି ଚାଳନା ଯୋଗୁ ଓଲଟି ପଡିଲା ଲକମି ବସ.ବୋଲି ଯାତ୍ରୀ ଓ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି..ଲକମି ବସ କର୍ତ୍ତ୍ତୃପକ୍ଷ ଘଟଣା ସ୍ଥଳ ରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି .

Leave a Reply

Your email address will not be published. Required fields are marked *