ରାୟଗଡାରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ଶୁଭାରମ୍ଭ

ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି, ନ୍ୟୁ କଲୋନୀ, ରାୟଗଡ଼, ଆନୁକୂଲ୍ୟରେ ଚଳିତ ବର୍ଷ ତା :୦୬/୧୦/୨୫ ରିଖ (ସୋମବାର)ଠାରୁ ତା ୧୭/୧୦/୨୫ ରିଖ ପର୍ଯ୍ୟନ୍ତ ଏହି ୧୨ ଦିନ ଧରି ମାଁଙ୍କର ସମସ୍ତ ପୂଜା ସହ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଆଡମ୍ବରର ସହ ପୂଜା ଓ ଉତ୍ସବ ଜାରି ରହିଛି ।ଓଡ଼ିଶାର ଏକ ବିଶେଷ ପର୍ବ କୁମାରପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମାର ଏହି ପବିତ୍ର ଦିବସରେ ଜଗନ୍ମାତା ମା’ ମହାଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ।ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା,ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି। ମାଙ୍କ ପୂଜା ପ୍ରଥମେ ଜଳଯାତ୍ରା, ଆବାହନ, ମାଆଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଉକ୍ତ ୧୨ ଦିନ ଦିବା ୯ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟା ୩୦ମିନିଟ ମଧ୍ୟେ ପ୍ରତ୍ୟହ ସୂର୍ଯ୍ୟପୂଜା, ଷୋଡ଼ଶ ଉପଚାର, ପୂଜା,ହୋମ ଚାଲିଛି। ସନ୍ଧ୍ୟା ୬ଘଣ୍ଟା ୩୦ ମିନଟ ଠାରୁ ୭ ଘଣ୍ଟିକା ମଧ୍ୟରେ ସନ୍ଧ୍ୟା ଆଳତୀ ଏବଂ ପୁଷ୍ପାଞ୍ଜଳୀ ହେବା ସହ ପ୍ରତିଦିନ ସନ୍ଧ୍ୟା ୬.୩୦ ସମୟରୁ ସାଂସ୍କୃତିକ କାର୍ଯକ୍ରମ ଚାଲୁରହିଛି।
ଅନ୍ତିମ ଦିବସରେ ତା:୧୭.୧୦.୨୦୨୫ ରିଖ ଦିନ ମଧ୍ୟାହ୍ନ ୧୨ ଘଣ୍ଟିକା ଠାରୁ ଅପରାହ୍ଣ ୦୨ ଘଣ୍ଟିକା ମଧ୍ୟେ ମାଆଙ୍କ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ କରାଯିବ । ଏହା ପରେ ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ଠାରୁ ୭ ଘଣ୍ଟିକା ମଧ୍ୟରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଭସାଣୀଭତ୍ସବ, ବିସର୍ଜନ ହେବ। ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ୩୦ତମ ବର୍ଷର ପୂଜା ଆୟୋଜନ ନିମନ୍ତେ ୧୮/୦୯/୨୫ ତାରିଖରେ ଶୁଭ ଖୁଣ୍ଟି ସ୍ଥାପନ ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ରାୟଗଡ଼ା ସହରରେ ଅର୍ କେ ନଗର ସହ ଚାରୋଟି ସ୍ଥାନରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ସହକାରେ ପାଳିତ ହେଉଅଛି। ଚଳିତ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି ନିଉ କଲୋନୀ, ରାୟଗଡ଼ର ସମସ୍ତ କର୍ମକର୍ତ୍ତାଙ୍କ ପୂର୍ଣ୍ଣାଙ୍ଗ ସହଯୋଗରେ ସୁଚାରୁ ରୂପେ ଚାଲୁରହିଛି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ