December 21, 2025
Home » ରେଙ୍ଗାଲି କେନାଲ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ରେଙ୍ଗାଲି କେନାଲ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

0
WhatsApp Image 2025-03-25 at 6.13.55 AM

କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲ ର ଆଲତୁମା ଠାରୁ ରେକୁଳା ପର୍ଯ୍ୟନ୍ତ ଯାଇଥିବା ରେକୁଳା ମାଇନର କେନାଲ ରେ ହେଉଥିବା ଥ୍ରୋ ଚ୍ୟାନେଲ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଛି l ରେଙ୍ଗାଲି ବାମ କେନାଲ ର ଆଲତୁମା ଠାରୁ ରେକୁଳା ପର୍ଯ୍ୟନ୍ତ “ରେକୁଳା ମାଇନର” କେନାଲ ରହିଛି l ହେଲେ ଗତ କିଛି ବର୍ଷ ଧରି ରକ୍ଷଣା ବେକ୍ଷଣ ଅଭାବରୁ ଏହି କେନାଲରେ ଜଳ ସେଚନରେ ବାଧା ସୃଷ୍ଟି ହେଉଥିଲା l ରେକୁଳା ଗ୍ରାମ ରେ ଏହି କେନାଲ ମାଧ୍ୟମରେ ପ୍ରାୟ ୩ ଶହ ଏକର ଜମିକୁ ଜଳସେଚନ ହୋଇଥାଏ l ଏହି ଜମି ଉପରେ ନିର୍ଭର କରୁଥିବା ଚାଷୀ ମାନେ ଏ ସଂକ୍ରାନ୍ତରେ ବହୁବାର ଦାବି ଆପତ୍ତି ପରେ ଚଳିତ ବର୍ଷ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇ ଟେଣ୍ଡର ର ବ୍ୟବସ୍ଥା ହୋଇଥିଲା l ହେଲେ ଏହି ଟେଣ୍ଡର ତିରିଶ ଲକ୍ଷ୍ୟ ବ୍ୟୟ ଅଟକଳରେ ହୋଇଥିବା ବେଳେ ଜନୈକ ଠିକାଦାର ୧୪. ୯୯ ରେ ଟେଣ୍ଡର ପକାଇ କାର୍ଯ୍ୟ କୁ ଏଗ୍ରିମେଣ୍ଟ କରି ନେଇଛନ୍ତି l ହେଲେ ଦାୟିତ୍ୱ ନେଇଥିବା ଠିକାଦାର ଜଣଙ୍କ ୧୪. ୯୯ ରେ ନେଇ ନିଜର ଲାଭଖୋର ମନୋବୃତିରେ ନିମ୍ନମାନର କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି l କେନାଲରେ ବେଡ୍ ର ମୋଟେଇ କମ,ବାଲି ର ପରିଣାମ ଅଧିକ, ସିମେଣ୍ଟ ର ପରିଣାମ କମ ରହିଥିବା ବେଳେ ରଡ଼ ବାନ୍ଧିବାରେ ମଧ୍ୟ ଦୂରତା ଅଧିକ ରହୁଥିବା ନେଇ ସେହି କେନାଲ ଦେଇ ଯାତାୟାତ କରୁଥିବା ବ୍ୟକ୍ତି ବିଶେଷ ବିବାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ l ଏହି ଅଭିଯୋଗ ଆଧାରରେ ଦାୟିତ୍ୱ ରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସାମଲ ଘଟଣା ସ୍ଥଳକୁ ଯାଇ ତଦାରଖ କରି ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ସମଲ କ୍ୱାଲିଟି ବିଭାଗକୁ ପଠାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି l ଏପଟେ ଦାୟିତ୍ୱ ରେ ଥିବା ଠିକାଦାର ଜଣଙ୍କ ନିଜ ର କାର୍ଯ୍ୟାଧାରାକୁ ବଞ୍ଚାଇବାକୁ ଯାଇ ନିଜେ ଜଣେ ଗଣ ମାଧ୍ୟମ ର ପ୍ରତିନଧି ବୋଲି ପ୍ରଚାର କରି ମୋର କେହି କିଛି କରିପାରିବେନି ବୋଲି ସାଧାରଣରେ ପ୍ରକାଶ କରିଥିବାର ଆଲୋଚ୍ୟ ର ବିଷୟ ହୋଇଛି l ବିଭାଗୀୟ ସ୍ତରରେ ରେକୁଳା ଗ୍ରାମକୁ କିପରି ସୁଚାରୁ ରୂପେ ଜଳସେଚନ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେଇ ସଠିକ ଭାବେ କେନାଲ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ସଂପୃକ୍ତ ଚାଷୀ ମାନଙ୍କ ମଧ୍ୟରେ ଦାବି ହେଉଛି l

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *