ରେଳଯାତ୍ରୀ ଙ୍କ ଭଡା ବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ
CPI ଗାଡକଣ ଶାଖା ତରଫରୁ ମଞ୍ଚେଶ୍ୱର railway ଷ୍ଟେସନ ସମ୍ମୁଖରେ ବରିଷ୍ଠ ରେଳଯାତ୍ରୀଙ୍କ ପାଇଁ ଭଡା ରିହାତି କୁ ପୁନର୍ବାର ଲାଗୁକରିବା, 10 ବର୍ଷ ରୁ କମ ପିଲାଙ୍କର full ticket ଲାଗିବା ନିଷ୍ପତିର ପ୍ରତିବାଦ ଏବଂ ସର୍ବୋପରି ଆସନ୍ତା 26 ତାରିଖରୁ ଆକାଶଛୁଆଁ ଦରଦାମରେ ହନ୍ତସନ୍ତ ହେଉଥିବା ସାଧରଣ ରେଳଯାତ୍ରୀ ଙ୍କ ଭଡା ବୃଦ୍ଧି ବିରୁଦ୍ଧରେ ସ୍ଥାନୀୟ CPI ନେତା ତଥା ଉତ୍ତର ଭୁବନେଶ୍ୱର MLA ପାର୍ଥୀ କମ୍ରେଡ ଶଙ୍କର୍ଷଣ ବାରିକ ଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଛି. ଏହି ବିକ୍ଷୋଭ ରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ଼ ଜୟନ୍ତ ଦାସ,ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ କମ୍ରେଡ ସୁର ଯେନା ପ୍ରମୁଖ ଯୋଗଦେଇଥିଲେ।।
