November 20, 2025
Home » ରେଳ ବିଭାଗର ବେଖାତିରି ମନବୃତ୍ତି:ଶହ ଶହ ଯାତ୍ରୀ ପୁରୀ ,ଖୋର୍ଦ୍ଧା ରୋଡ଼ ଯାଇନପାରି ହନ୍ତସନ୍ତ

ରେଳ ବିଭାଗର ବେଖାତିରି ମନବୃତ୍ତି:ଶହ ଶହ ଯାତ୍ରୀ ପୁରୀ ,ଖୋର୍ଦ୍ଧା ରୋଡ଼ ଯାଇନପାରି ହନ୍ତସନ୍ତ

0
WhatsApp Image 2025-10-22 at 1.41.12 PM

 

ନୟାଗଡ଼ : ନୟାଗଡ଼ ରେଳ ବିଭାଗର ବେଖାତିରି ମନବୃତ୍ତି ଯୋଗୁଁ ଜନସାଧାରଣ ବିଭିନ୍ନ ପର୍ବ ପର୍ବାଣୀରେ ହେଉ ବା ନିଜନିଜର କାର୍ଯ୍ୟରେ ଗନ୍ତବ୍ୟ ସ୍ଥଳକୁ ହେଉ ରେଳରେ ଯିବା ମୁସ୍କିଲ ହୋଇପଡ଼ିଲାଣି। ଦଶପଲ୍ଲାରୁ ଗୋଟିଏ ରେଳଗାଡ଼ି ପୁରୀ ଓ ଗୋଟିଏ ରେଳଗାଡ଼ି ଭୁବନେଶ୍ୱର ସୀମିତ (କମ୍) ବଗି ସଂଯୋଗରେ ଯାଉଛି ।ଯାହାଫଳରେ ଯାତ୍ରୀମାନେ ପୁରୀ , ଭୁବନେଶ୍ୱର ଏପରିକି ଦୂରଦୂରାନ୍ତ ସ୍ଥାନକୁ ଯିବାକୁ ସବୁସମୟରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପବିତ୍ର ଦୀପାବଲିରେ ପୁରୀ ଭୁବନେଶ୍ୱର ଖୋର୍ଦ୍ଧା ରୋଡ଼ ଯିବା ପାଇଁ ଯାତ୍ରୀ ଟିକେଟ କରି ରେଳକୁ ଚଢ଼ିବାକୁ ଠେଲା ପେଲା ଧସ୍ତାଧସ୍ତି ପରି ଉତେଜ୍ଜନା ପରିସ୍ଥିତି ହେଲାଯେ ରେଳରେ ସିଟ୍ ନଥିବାରୁ ପ୍ରାୟ ୩୦୦ ଯାତ୍ରୀ ଯାଇପାରିଲେ ନାହିଁ ।ଏହାପରେ ଷ୍ଟେସନ ମାଷ୍ଟର ଉପରେ ବିରକ୍ତ ହୋଇ ଯାଇପାରିନଥିବା ଯାତ୍ରୀ ମାନେ ହନ୍ତସନ୍ତ ହୋଇ ଅସନ୍ତୋଷ ବ୍ୟକ୍ତ କରିଥଲେ ଓ ଉତେଜନା ପାଟିତୁଣ୍ଡ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।ଟ୍ରେନ ଦଶପଲ୍ଲାରୁ ଆସି ନୟାଗଡ଼ରେ ପହଞ୍ଚିବା ବେଳକୁ ଆଉ ସିଟ୍ ନଥିଲା । ସବୁ ଷ୍ଟେସନରେ ଯାତ୍ରୀ ସଂଖ୍ୟା ଦୁଇ ଗୁଣ ଚାରି ଗୁଣ ବଢିଥିଲା ।ନୟାଗଡ଼ ଟାଉନ ଷ୍ଟେସନ ମାଷ୍ଟର ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ୩୦୦ ଯାତ୍ରୀ ଟିକେଟ କରି ଯାଇନପାରିବା ଖବର ଜଣାଇବାପରେ ଦଶପଲ୍ଲାରୁ ୧୧. ୩୦ରେ ଗୋଟେ ଟ୍ରେନ ବାହାରି ପୁରୀରେ ୩ଟା ସମୟରେ ପହଞ୍ଚିବା ଓ ପୁରୀରୁ ୪ଟା ରେ ବାହାରି ରାତି ୭.୩୦ ପହଞ୍ଚିବା ସ୍ଥିରୀକୃତ ହେଲା ।ଦଶପଲ୍ଲା ଭଦ୍ରକ ଟ୍ରେନର ସମୟ ପରିବର୍ତନ ହୋଇଥିଲା ।ପ୍ରକାଶ ଥାଉକି ରେଳ ବିଭାଗକୁ ବାରମ୍ବାର ଦଶପଲ୍ଲା ବାହାରୁଥିବା ସମସ୍ତ ଟ୍ରେନରେ ବଗି ସଂଖ୍ୟା ବଢ଼ାଇବା ଓ କଲିକତା ,ବାଙ୍ଗାଲୋରକୁ ନାୟାଗଡରୁ ନୂତନ ଟ୍ରେନ ଚାଲୁ କରିବା ଏବଂ ଦଶପଲ୍ଲା ଭୁବନେଶ୍ୱର ମେମୁ ଟ୍ରେନକୁ କଟକ ସପ୍ରସାରିତ କରିବା ନୟାଗଡ଼ ନାଗରିକ ମଞ୍ଚ ମହାପବନ୍ଧକଙ୍କ ପାଖରେ ଦାବି ହୋଇଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇ କାର୍ଯ୍ୟନକରିବା କ୍ଷୋଭର ବିଷୟ । ଯଦି ବଗି ସଂଖ୍ୟା ବଢ଼ି ଥାଆନ୍ତା ଯାତ୍ରୀମାନେ ଏହିପରି ଦୁର୍ଦ୍ଦଶା ଭୋଗିନଥାନ୍ତେ ।ଯଥାଶୀଘ୍ର ନୟାଗଡ଼ ନାଗରିକ ମଞ୍ଚ ଉପସ୍ଥାପନ କରିଥିବା ଦାବିଗୁଡିକୁ କାର୍ଯ୍ୟକାରୀ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *