July 1, 2025
Home » ରୋୟାଲ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ

ରୋୟାଲ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ

0
WhatsApp Image 2024-11-26 at 4.46.33 PM

ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ରୋୟାଲ ଡ୍ୟାନ୍ସ ଏକାଡେମୀ ର ପ୍ରଥମ ବାର୍ଷିକ ଉତ୍ସବ ରିକାପଲ୍ଲୀ ନିକଟରେ ଥିବା ଡାଲଡା ମିଲ ପଡିଆ ଠାରେ ଅନୁଷ୍ଠାନର ମୁଖ୍ୟ ଟି.ସୁରେଶ ରାଓ ଙ୍କ ପୌରହିତ୍ୟରେ ହୋଇଯାଇଛି । କାଯ୍ୟକ୍ରମ କୁ ଅନୁଷ୍ଠାନର ପ୍ରତିଷ୍ଠାତା ଟି.ପଦ୍ମା ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ରୂପେ ଏନ.ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅଭିନେତା ଏବଂ ନିର୍ଦ୍ଧେଶକ ସୁରେଶ ପ୍ରସାଦ ରଥ ,ସାମାଜିକ କର୍ମୀ ଅରୁଣ କୁମାର ଶତପଥି,କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ଅଭିନୟ କଳାକାର ରାମେଶ୍ଵର ପଣ୍ଡା ଯୋଗଦେଇଥିଲେ । ମୁଖ୍ୟ ଆକର୍ଷଣ ଭାବେ ସ୍ୱତନ୍ତ୍ର ଅତିଥି ଓଡ଼ିଆ ସିନେମା ଜଗତର ବିଶିଷ୍ଟ ନୃତ୍ୟ ନିର୍ଦ୍ଧେଶକ ଅମିତ କୁମାର ନାୟକ ଯୋଗଦେଇଥିଲେ । ସମସ୍ତ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ ସହ ଉପୋଢକୋଣ ଦେଇ ସଂମ୍ମାନିତ କରାଯାଇଥିଲା, ପ୍ରାରମ୍ଭରେ ଓଡିଶୀ ନୃତ୍ୟ ହୋଇଥିବାବେଳେ, ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟ ନିର୍ଦ୍ଧେଶକ ଟି.ସୁରେଶ ରାଓ ଙ୍କ ନିର୍ଦ୍ଧେଶନା ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କାଠ ପାଦ ରେ ଗଜାନନ ଙ୍କ ଗୀତରେ ରେ ତାଳେ ତାଳେ ଚିତାକର୍ଷକ ନୃତ୍ୟ ପରିବେଷଣ କରିବା ସହ ପରେ ପରେ କୁଚିପୁଡି ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ,ରାମେଶ୍ଵର ପଣ୍ଡା ଙ୍କ ସ୍ୱର୍ଗତ ଅକ୍ଷୟ ମହାନ୍ତି ଙ୍କ ଗୀତରେ ନୃତ୍ୟ ଆକର୍ଷିତ କରିଥିଲା । ନୃତ୍ୟ ଗୁରୁ ଅମିତ ନାୟକ, ନିକଟରେ ହିଟ ହୋଇଥିବା ତାଙ୍କରି ନିର୍ଦ୍ଧେସିତ ଚିରିଙ୍ଗ ଚିରିଙ୍ଗ ଏବଂ ଧୁଳିଆ ଜନ୍ଦା ଗୀତରେ ନୃତ୍ୟ କରିବା ସହ ସମସ୍ତ ଦର୍ଶକଙ୍କୁ ମନ ମୋହିଥିଲେ,ଶ୍ରୀ ନାୟକ ଏଭଳି ଦକ୍ଷ କଳାକାର ମାନଙ୍କୁ ଆଗାମୀ ଦିନରେ ସିନେମାରେ ସୁଯୋଗ ଦିଆଯିବ ବୋଲି ପ୍ରଶଂସା କରିଥିଲେ । ଶେଷରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି,ସାର୍ଟିଫିକେଟ ଦିଆଯାଇଥିଲା । କାଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦେବରାଜ ପ୍ରଧାନ, ନୃତ୍ୟ ଗୁରୁ ନିର୍ମାଲ୍ୟ ପ୍ରସାଦ, ଗାୟତ୍ରୀ ବେହେରା,ରୀନା ବେହେରା, ଦିବାକର ବେହେରା ଏବଂ ହିମାଂଶୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *