November 21, 2025
Home » ଲକ୍ଷାଧିକ ଟଙ୍କା ଠକାମୀର ଶିକାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ଅସହାୟ ମହିଳା l

ଲକ୍ଷାଧିକ ଟଙ୍କା ଠକାମୀର ଶିକାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ଅସହାୟ ମହିଳା l

0
WhatsApp Image 2024-12-24 at 7.53.24 PM

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବେହେରାମାଲ ଗ୍ରାମର ମହିଳା ଅର୍ଥ ଠକେଇର ଶିକାର ହୋଇଛନ୍ତି l ମହିଳାଙ୍କ ଜମାଖାତାରୁ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ଏସ. ପତ୍ରାପାଲି ଗ୍ରାମପଞ୍ଚାୟତ ର ଯୋଗାଣ ସହାୟକ ମନୋଜ ମହାକୁର ଏବଂ ତାଙ୍କ CRP ସ୍ତ୍ରୀ ବିଜୁଳି ମହାକୁର l ଅସହାୟ ମହିଳାଙ୍କୁ ଆବାସ ଗୃହ କଟିଯିବ,ରାସନ କାର୍ଡ କଟିଯିବ ବୋଲି ଭୟଭୀତ କରେଇ ଯୋଗାଣ ସହାୟକ ମନୋଜ ମହାକୁର ଏବଂ ତାଙ୍କ ସ୍ତ୍ରୀ ବିଜୁଳି ମହାକୁର ଅର୍ଥ ହଡ଼ପ କରି ନେଇଥିବା ଅଭିଯୋଗ ଆଣିଛନ୍ତି ନିଜେ ଠକାମୀର ଶିକାର ହୋଇଥିବା ଅସହାୟ ମହିଳା ବେହେରାମାଲ ଗ୍ରାମର ରଞ୍ଜିତା ପଧାନ l ଇଭୟ ସ୍ୱାମୀ ସ୍ତ୍ରୀଙ୍କ ବିରୁଦ୍ଧରେ ଗତ ତା ୦୬/୧୧/୨୦୨୪ ରିଖରେ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅସହାୟ ମହିଳା ରଞ୍ଜିତା ପଧାନ l କୌଣସି ସୁଫଳ ନ ମିଳିବାରୁ ରଞ୍ଜିତା ଗତ ତା ୧୧/୧୧/୨୦୨୪ ରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ l ଏହାପରେ ପୁଣି ଗତ ତା ୧୯/୧୧/୨୦୨୪ ରିଖରେ ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ l ହେଲେ ବଡ଼ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଅସହାୟ ରଞ୍ଜିତା ନିଜ ଲକ୍ଷାଧିକ ଟଙ୍କା ଫେରି ପାଇ ପାରିଲେନାହିଁ l ଯାହାଫଳରେ ଆଜି ଅସହାୟ ରଞ୍ଜିତା ନିଜ ଛୋଟ ଛୋଟ ପିଲାଙ୍କୁ ଧରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ା ଏପରିକି ଏହି ଧାରଣା ପରେ ତାଙ୍କୁ ନ୍ୟାୟ ନ ମିଳିଲେ ସିଏ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *