October 23, 2025
Home » ଲଣ୍ଠନ ଝୁଲାଇ ପ୍ରତିବାଦ କଲେ ବିଦ୍ୟୁତ ଉପଭୋକ୍ତା

ଲଣ୍ଠନ ଝୁଲାଇ ପ୍ରତିବାଦ କଲେ ବିଦ୍ୟୁତ ଉପଭୋକ୍ତା

0
WhatsApp Image 2025-09-23 at 4.36.44 PM (1)

 

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଅଞ୍ଚଳରେ ଅହେତୁକ ଅଘୋଷିତ ବିଦ୍ୟୁତ କାଟ, ମେଣ୍ଟନେନ୍ସ ନାଁ ରେ ଦିନ ଦିନ ଧରି ବିଦ୍ୟୁତ କାଟ,ସ୍ମାର୍ଟ ମିଟର ସଂଯୋଗ ବାଧ୍ୟତାମୂଳକ, ପୁରୁଣା ବକେୟା ଏବଂ ବର୍ତ୍ତମାନର ଵିଲ କଲେକ୍ସନ ନାଁ ରେ ଉପଭୋକ୍ତାଙ୍କୁ ଶୋଷଣ ନେଇ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଵା ପରେ ରାମପୁର ପଞ୍ଚାୟତର ବିଦ୍ୟୁତ ଉପଭୋକ୍ତା ମାନେ ଗ୍ରୀଡ଼ରେ ତାଲା ମାରିବା ସହ କାର୍ଯ୍ୟାଳୟ ଗେଟରେ ତାଲା ମାରି ଦିନରେ ଲଣ୍ଠନ ଝୁଲାଇ ଧାରଣାରେ ବସି ପ୍ରତିବାଦ କରିଥିବା ସୂଚନା ମିଳିଛି | ସଚେତନ ନାଗରିକ ତଥା ଶ୍ରୀରାମ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ରମେଶ ପୂଜାରୀଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ରାମପୁର ଗ୍ରୀଡ଼କୁ ଯାଇ ଗ୍ରୀଡ଼ରେ ତାଲା ମାରି ଲଣ୍ଠନ ଝୁଲାଇ ଧାରଣାରେ ବସି ପ୍ରତିବାଦ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାମପୁର ସରପଞ୍ଚ ମନୋଜ ପୁରୋହିତ, ପୂର୍ବତନ ସରପଞ୍ଚ ଗୁରୁଚରଣ ବେହେରା, ସରୋଜ ମେହେର, ବଣିକ ସଂଘ ସଭାପତି ପ୍ରକାଶ ଅଗ୍ରୱାଲ, ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ମେହେର,ପ୍ରସନ୍ନ ନାୟକ, ସାମ୍ବାଦିକ ଭାରତ ଭୂଷଣ ପୂଜାରୀ, ଓକିଲ ଦେବେନ୍ଦ୍ର ଦରୁଆନ,ସମିତି ସଭ୍ୟ ପ୍ରତିନିଧି କୃଷ୍ଣ ଭରାସାଗର, ନାଏବ ସରପଞ୍ଚ ପ୍ରତିନିଧି ପ୍ରେମରାଜ ରଣା, ଯଶୋବନ୍ତ ଛତରଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ | ତେବେ ବିଭିନ୍ନ ସମସ୍ୟା ନେଇ ଏବଂ ଅହେତୁକ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସବୁ ସମସ୍ୟାର ସମାଧାନ ନେଇ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ | ତେବେ ବରପାଲି ରୁ ରାମପୁର ଗ୍ରୀଡ଼କୁ ଆସିଥିବା 33 KV ଲାଇନ ସଂଯୋଗ ର ନିୟନ୍ତ୍ରଣ ରାମପୁର ଗ୍ରୀଡ଼ କିମ୍ବା ବିନିକା ସେକ୍ସନ ଅଧୀନରେ ଦେଵା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଵିଶାଲପାଲି ଗ୍ରୀଡ଼ରୁ ରାମପୁର ଗ୍ରୀଡ଼କୁ 33KV ବିଦ୍ୟୁତ ସଂଯୋଗ କରିବା ଏବଂ ପ୍ରତିମାସ ରାମପୁର ଗ୍ରୀଡ଼ରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରି ସ୍ଥାନୀୟ ଉପଭୋକ୍ତାଙ୍କର ସମସ୍ୟା ସମାଧାନ କରିବା ଆଦି ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ସମସ୍ତେ ଧାରଣା ପ୍ରତ୍ୟାହରଣ କରିଥିଲେ | ତେବେ ଅଧିକ୍ଷଣ ଯନ୍ତ୍ରୀ ବଲାଙ୍ଗୀର ଆଶିଷ କୁମାର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ସୁବର୍ଣ୍ଣପୁର ଅଶୋକ ମିଶ୍ର, ବିଭାଗୀୟ ଏସଡ଼ିଓ ଉଦୟଶଙ୍କର ପାଟଯୋଶୀ, ରାମପୁର ଗ୍ରୀଡ଼ ଇନଚାର୍ଜ ଜେଇ ଧନଞ୍ଜୟ ପଧାନ ପ୍ରମୁଖ ଉପସ୍ଥିତ ରହି ଉତ୍ୟକ୍ତ ଜନସାଧାରଣଙ୍କ ସବୁ ଅଭିଯୋଗ ଶୁଣିବା ସହ ଆଗାମୀ ଦିନରେ ଏଭଳି ପରିସ୍ଥିତି ହେବ ନାହିଁ ଏବଂ ଉପରୋକ୍ତ ସମସ୍ତ ଦାବି ପୂରଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ | ତେବେ ରାମପୁରର ସମସ୍ତ ଦୋକାନ ବଜାର ଦିନ ଦୁଇଟାରୁ ପାଞ୍ଚଟା ପର୍ଯ୍ୟନ୍ତ ବନ୍ଧ ରଖି ସମସ୍ତ ଦୋକାନୀ, ଜନସାଧାରଣ, ବୁଦ୍ଧିଜୀବୀ ସଚେତନ ନାଗରିକ, ଯୁବ ଗୋଷ୍ଠୀ ଯୋଗଦେଥିଲେ | ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସ୍ଡ଼ିପିଓ ସୁବର୍ଣ୍ଣପୁର ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ରାମପୁର ଥାନା ଆଇଆଆସି ପଦ୍ମାସିନୀ ମେହେର, ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଙ୍କ ସହ ଏକ ସେକ୍ସନ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଲିଥିଲା | ତେବେ ଶାନ୍ତିପୂର୍ଣ୍ଣ ସମାଧାନ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *