July 1, 2025
Home » ଲାଂଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ମତ୍ସ୍ୟ ଅଧିକାରୀ ।

ଲାଂଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ମତ୍ସ୍ୟ ଅଧିକାରୀ ।

0
WhatsApp Image 2025-05-01 at 6.32.34 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହକାରୀ ମାତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଆଜି ୩୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ପଂଚାୟତର ରାଧାପୁର ଗାଁର ମାଁ ମେଟାକାନୀ ସ୍ୱୟଂ ସହାୟକ ଗୋଷ୍ଠୀର ମାଛ ଜାଆଁଳ ପାଇଁ ରିହାତିି ଟଙ୍କା ମଂଜୁର କରିବାକୁ ୩୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଧରାପଡିଛନ୍ତି ।

ପୁର୍ବରୁ ଏହି ସ୍ୱୟଂ ହାୟକ ଗୋଷ୍ଠିର ପ୍ରଥମ କିସ୍ତି ଟଙ୍କା ମଂଜୁର ହୋଇସାରିଥିବାବେଳେ ଦ୍ୱିତୀୟ କିସ୍ତି ଟଙ୍କା ମଂଜୁର ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ୪୫ ହଜାର ଟଙ୍କା ଲାଂଚ ଦାବୀ କରିଥିଲେ । ଫଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଭିଜିଲାନ୍ସର ଦ୍ୱାରାସ୍ତ ହୋଇଥିଲେ । ପୁର୍ବ ଯୋଜନା ମୁତାବକ ଆଜି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଏବଂ ଜଣେ ସହଯୋଗୀ ବାବୁଲା ବାରିକକୁ ଭିଜିଲନ୍ସ ବିଭାଗ ମାଡି ବସିଥିଲା । ଏନେଇ ଭିଜିଲାନ୍ସ P.S. Case No.10 dated 30.04.2025 under Sections 7/12PC (Amendment) Act, 2018 ମାମଲା ଦାୟର କରିବା ସହ ଉଭୟଙ୍କୁ ସୋନପୁର ସ୍ଥିତ ଜିଲ୍ଲା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ତଦନ୍ତ କରୁଛି ।

ରିପୋର୍ଟ- ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *