November 28, 2025
Home » ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ।

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ।

0
WhatsApp Image 2024-12-27 at 12.39.44 PM

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଫେରାର୍ । ଭିଜିଲାନ୍ସ ମାଡ଼ି ବସିଲାବେଳେ ଚମ୍ପଟ ମାରିଲେ ମୁକୁନ୍ଦ।ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ।
ଏକ ମାମଲା ରଫାଦଫା ପାଇଁ ୩,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌ । ଧରା ପଡିଲେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ହେଲେ ଖସିଗଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ।କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ଏକ ମାମଲା ରଫାଦଫା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କୁ ୩,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଟଙ୍କା ନେବା ପୂର୍ବରୁ ଭିଜିଲାନ୍ସ ଟିମ୍‌ ଉକ୍ତ ସ୍ଥାନରେ ଛକି ବସିଥିଲା । ରଙ୍ଗ ବୋଳା ଟଙ୍କା ନେବା ମାତ୍ରେ ଅତର୍କିତ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଚଢାଉ କରିବା ବେଳେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ଧରା ପଡ଼ିଥିଲେ । ହେଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏଏସ୍‌ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଉଦ୍ୟମ ଜାରି ରଖିଛି ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *