ଲାବଣ୍ୟଗଡ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲ୍ ଦସ୍ତାବିଜ ଦାଖଲ କରି୧୦କୋଟି ଟଙ୍କା ଠକେଇ ଉଦ୍ୟମ ମାମଲା
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ବିଚାର ଦଣ୍ଡାଧିକାରୀ ତଥା ସହକାରୀ ଦୌରାଜଜ୍ଙ୍କ ଅଦାଲତ ମିଥ୍ୟା ଦଲିଲ୍ ପ୍ରସ୍ତୁତ କରି ଜାଲିଆତି ଓ ଠକେଇ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟଗଡ ଗ୍ରାମର ରେମଶ ଚନ୍ଦ୍ର ଦଳପତି । ଭାରପ୍ରାପ୍ତ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର୍ ରାଜେଶ କୁମାର ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଗୋଟିଏ କମ୍ପାନୀ ନାମରେ ଥିବା ୧୦କୋଟି ଟଙ୍କାର ଏକ ଚେକ୍ ର ଜାଲି ଦସ୍ତାବିଜ ଓ ମିଥ୍ୟା ଦଲିଲ ପ୍ରସ୍ତୁତି କରି ରମେଶ ଚନ୍ଦ୍ର ଦଳପତି ଠକିବାକୁ ଉଦ୍ୟମ କରିଥିଲେ । ଉକ୍ତ ଚେକ୍ କୁ ଲାବନ୍ୟଗଡ ସ୍ଥିତ ଲାବଣ୍ୟଗଡ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜମା କରିଥିଲେ । ବ୍ୟାଙ୍କର ତତ୍କାଳୀନ ପରିଚାଳକ ମଦନମୋହନ ମହାପାତ୍ର ଉକ୍ତ ଚେକ୍ ଟି ଅନ୍ୟ ନାମରେ ପୂର୍ବରୁ ରହିଥିବା ଜାଣିବାକୁ ପାଇବାକୁ ପାଇଥିଲେ । ବ୍ୟାଙ୍କ ପରିଚାଳକ ଶ୍ରୀ ମହାପାତ୍ର ଏ ବିଷୟରେ ତା.୨୧-୦୫-୨୦୧୫ରିଖରେ ଗାରାବନ୍ଧ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଗାରାବନ୍ଧ ଥାନା କେସ୍ ନଂ.-୨୪/୧୫ରେ୍ ପୋଲିସ ମାମଲା ରୁଜୁ ହୋଇଥିଲା । ଥାନାଧିକାରୀ ଦାନ୍ଦମଣଇ ସିଂ, ପ୍ରଶାନ୍ତ କୁମାର ବେହେରା ଓ ପ୍ରଶାନ୍ତ କୁମାର ଭୂପତି ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ରମେଶ ଚନ୍ଦ୍ର ଦଳପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ମୁଖ୍ୟ ବିଚାର ଦଣ୍ଡାଧିକାରୀ ତଥା ସହକାରୀ ଦୌରାଜଜ୍ ନରୋତ୍ତମ ସେଠୀ ୧୨ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି । ଏପିପି ଆର.ଉଦୟଚନ୍ଦ୍ର ରାଓ ଅଦାଲତରେ ଏହି ମାମଲାର ପରିଚାଳନା କରୁଥିଲେ ।
Jajapati epa ru dillip satpathy nka report
