ଲୁପୁରସିଂହା କୁ ନୂତନ ଗ୍ରାମ ପଞ୍ଚାୟତ ଘୋଷଣା ପାଇଁ ଦାବି ଜଣାଇଲେ ଅଞ୍ଚଳବାସୀ
ସୁବର୍ଣ୍ଣପୁର—ଓଡ଼ିଶା ସରକାର ବ୍ଲକ୍ ଓ ପଞ୍ଚାୟତ ପୁନର୍ଗଠନ ଚିନ୍ତା କରୁଥିବା ଖବର ଜଣା ପଡିବା ପରେ ଲୁପୁରସିଂହା କୁ ନୂତନ ପଞ୍ଚାୟତ ଗଠନ ପାଇଁ ଗ୍ରାମବାସୀ ଙ୍କ ଦାବି ଜୋର ଧରିଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପଞ୍ଚାୟତି ରାଜ୍ ମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଇଛନ୍ତି। ଲୁପୁରସିଂହା, ଭୂରସାପାଲି ଓ ଲୁହୁରାପାଲି କୁ ନେଇ ନୂତନ ଲୁପୁରସିଂହା ଗ୍ରାମ ପଞ୍ଚାୟତ ଗଠନ ପାଇଁ ଦାବି ରଖିଛନ୍ତି ଗ୍ରାମବାସୀ। ଶତାଧିକ ବ୍ୟକ୍ତି ଏକ ବିଶାଳ ରାଲି ରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।୨୦୧୧ ଜଣଗଣନା ଅନୁଯାୟୀ ଲାଛିପୂର ଗ୍ରାମ ପଞ୍ଚାୟତ ର ମୋଟ ଜନସଂଖ୍ୟା ୬୫୫୪ ଅଟେ। ୫ ଟି ଗ୍ରାମ କୁ ନେଇ ବର୍ତ୍ତମାନ ପଞ୍ଚାୟତ ଗଠନ ହୋଇଛି l

ସେହିପରି ରେଙ୍ଗାଲି ପଞ୍ଚାୟତ ର ଜନସଂଖ୍ୟା ୬୮୨୫ ଓ ୧୮ ଗ୍ରାମ କୁ ନେଇ ଗଠିତ। ଏହି ଦୁଇଟି ପଞ୍ଚାୟତ କୁ ପୁନର୍ଗଠନ କରି ଲଛିପୁର ପଞ୍ଚାୟତ ର ଲୁପୁରସିଂହା, ଭୂରୁସାପାଲି ଓ ରେଙ୍ଗାଲି ଗ୍ରାମ ପଞ୍ଚାୟତ ରୁ ଲୁହୁରାପାଲି ଗ୍ରାମ କୁ ମିଶାଇ ଲୁପୁରସିଂହା ଗ୍ରାମ ପଞ୍ଚାୟତ ଗଠନ ପାଇଁ ସରକାର ଙ୍କ ପାଖରେ ଦାବି ଜଣାଇଛନ୍ତି l ଉକ୍ତ ଗ୍ରାମ କୁ ନେଇ ନୂତନ ଭାବ ରେ ଲୁପୁରସିଂହା ପଞ୍ଚାୟତ ଗଠନ ହେଲେ ହାରାହାରି ଜନସଂଖ୍ୟା ୩୧୦୭ ହେବ ବୋଲି କହି ଦାବିପତ୍ର ରେ ଉଲ୍ଲେଖ ଅଛି। ନୂତନ ପଞ୍ଚାୟତ ହେଲେ ଲୋକେ ଅନେକ ସୁବିଧା ପାଇବେ ବୋଲି କହିଛନ୍ତି ଲୁପୁରସିଂହା ଗ୍ରାମବାସୀ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
