ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା କ୍ଷ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଲେ, କଂଗ୍ରେସ ସବୁବେଳେ ନାରୀ ସୁରକ୍ଷା ଉପରେ ଆନ୍ଦୋଳନ କରୁଛି କ୍ଷ ବିଧାନସଭାରେ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି କ୍ଷ ପିସିସି ସଭାପତି ନାରୀ ସୁରକ୍ଷାକୁ ନେଇ ସଦାବେଳେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଓ ରାଜରାସ୍ତାକୁ ଓଲ୍ହାଉଛନ୍ତି କ୍ଷ ସରକାର କିନ୍ତୁ ଆଦୌ ସଚେତନ ନୁହନ୍ତି କ୍ଷ ୧୫ ମାସ ଭିତରେ ସବୁଠୁ ବେଶୀ ନାରୀ ନିର୍ୟାତନା ଘଟିଛି କ୍ଷ ମୋଟ ଯୌନ ନିର୍ୟାତନା ମାମଲା ୯୧୮୧, ୮୨୨୭ ଅପହରଣ, ୫୪୬୪ଅଣ ଯୌତୁକ ନିର୍ୟାତନା ହୋଇଛି କ୍ଷ ମାଲକାନଗିରି, ଧଉଳି ଏବଂ ବର୍ତ୍ତମାନ ଚାନ୍ଦବାଲିରେ ଜଣେ ଦଶ ବର୍ଷର ତୃତୀୟ ପଢ଼ୁଥିବା ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟିଛି କ୍ଷ ଏହା ଅତ୍ୟନ୍ତ ବେଦନାଯୁକ୍ତ କ୍ଷ କୌଣସି ଦୁଷ୍କର୍ମ ଅପରାଧୀ ଦଣ୍ଡ ପାଉ ନାହାନ୍ତି କ୍ଷ ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଲେ, ଚାନ୍ଦବାଲି ଦୁଷ୍କର୍ମ ହୃଦୟ ବିଦାରକ କ୍ଷ ଦୁଷ୍କର୍ମ କଲାପରେ ମୁଣ୍ଡକୁ ପଥରରେ ଅପରାଧୀ ଛେଚି ଦେଇଥିଲା କ୍ଷ ଖୋଦ ବିଜେପି ସଭାପତି ମନ ମୋହନ ସାମଲଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ଅବସ୍ଥା ଏଇୟା କ୍ଷ ଦୀର୍ଘ ୧୨ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ନାହାନ୍ତି କ୍ଷ ଆଇଆଇସି ଚୋରା ମଦର କଣ୍ଟ୍ରୋଲ ରୁମ ଖୋଲିଛନ୍ତି କ୍ଷ ଅବାଧ ନିଶାଦ୍ରବ୍ୟ କାରବାର ଚାଲିଛି କ୍ଷ କଂଗ୍ରେସର ଦାବୀ ପୀଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ଆଇଆଇସିଙ୍କୁ ଦଣ୍ଡିତ କରାଯାଉ କ୍ଷ କଂଗ୍ରେସ ଓ ଲୋକଙ୍କ ଚାପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି କିନ୍ତୁ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉlପିସିସି ସାଧାରଣ ସମ୍ପାଦକ ମଧୁସ୍ମିତା ସେଠୀ କହିଲେ, ୨୮ ହଜାର ନାରୀ ଅତ୍ୟାଚାର ମାମଲା ବର୍ତ୍ତମାନ ୨୦୨୪/୨୫ ରେ ୪୧ ହଜାରରେ ପହଁଚିଛି କ୍ଷ ରାଜ୍ୟରେ ଖୋଦ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ତରଳୁ ନାହିଁ କ୍ଷ ଆମେ ପ୍ରତିବାଦ କରୁଛୁ ତଥାପି ସରକାର କିମ୍ବା ମନ୍ତ୍ରୀ ଉତ୍ତରଦାୟିତ୍ୱ ନେଉ ନାହାନ୍ତି କ୍ଷ ଶକ୍ତିଶ୍ରୀ ଆରମ୍ଭ ସରକାର କରିଛନ୍ତି କ୍ଷ ଶୂନ୍ୟ ସହନଶୀଳତା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କିନ୍ତୁ କଣ ନାରୀ ଅତ୍ୟାଚାର, ଦୁଷ୍କର୍ମ ଆଦି ଘଟଣାରେ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡିଛି କ୍ଷ ବିଜେପି ସଭାପତି ପଦରେ ମନ ମୋହନ ସାମଲ ଅଛନ୍ତି, ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ କ୍ଷ ଆପଣ ପଦର ଯୋଗ୍ୟତା ହରାଇ ବସିଛନ୍ତି କ୍ଷ ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ନାରୀ ନିର୍ୟାତନାର ହବ ପାଲଟିଛି କ୍ଷ କଂଗ୍ରେସର ଦାବୀ ସ୍ୱତନ୍ତ୍ର ଅନୁଧ୍ୟାନ ସ୍କୁଲ କଲେଜ ଆଦି ପ୍ରତିଷ୍ଠାନ ମାନଙ୍କରେ କରାଯାଉ lକଂଗ୍ରେସ ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଲେ, ସରକାର ବର୍ତ୍ତମାନ ଜନତାଙ୍କ ପାଇଁ ଧୂତରାଷ୍ଟ୍ର ସାଜିଛି, କୁରୁସଭାରେ ଲୋକଙ୍କ ପାଇଁ ନ୍ୟାୟ ଚାଲିଛି, ଛୋଟ ଝିଅଙ୍କ ପାଇଁ କଂସ ଅତ୍ୟାଚାର କରୁଛି କ୍ଷ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଯଦି ସରକାର ଚେତିଥାନ୍ତେ ତେବେ ସୌମ୍ୟାଶ୍ରୀ ବଳଙ୍ଗା ଏବଂ ବର୍ତ୍ତମାନର ଧଉଳି, ଚାନ୍ଦବାଲି ଘଟଣା ଦେଖିବାକୁ ମିଳି ନଥାନ୍ତା କ୍ଷ ଯେହେତୁ ସରକାର ଏବଂ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ହେଲେ ତେଣୁ ଅପରାଧୀଙ୍କ ମନୋବଳ ବୃଦ୍ଧି ପାଇଲା କ୍ଷ ପୋଲିସକୁ ମଧ୍ୟ ନିରପେକ୍ଷ ଅନୁସନ୍ଧାନ କରିବାକୁ ଦିଆଯାଉ ନାହିଁ କ୍ଷ ବଲାତ୍କାରୀ ଓ ହତ୍ୟାକାରୀଙ୍କୁ ଫୁଲମାଳ ଦେଉଥିବା ଦଳଙ୍କ ଠାରୁ ଆଉ କଣ ଆଶା କରା ଯାଇପରେ କ୍ଷ ଦଳର ନେତା ସାଂସଦଙ୍କ ଝିଅ ବାହାଘରେ ଫୋଟୋ ଉଠାରେ ବ୍ୟସ୍ତ କିନ୍ତୁ ସେମାନଙ୍କୁ ରାଜ୍ୟର ଦୁଷ୍କର୍ମ ଘଟଣା ଦେଖାଯାଉ ନାହିଁ କ୍ଷ ଏକ ନିତାନ୍ତ ଅଯୋଗ୍ୟ ଏବଂ ନିକମ୍ମା ମହିଳା କମିଶନ ଅଛନ୍ତି କ୍ଷ ତାଙ୍କ ସଦସ୍ୟ ରାତି ୮ ଟାରେ ଘରୁ ଝିଅପିଲା ନ ବାହାରିବା ପାଇଁ ତାଗିଦ କରୁଛନ୍ତି କ୍ଷ ପ୍ରକୃତରେ ଆମେ ଏକ ନିଲ୍ଲଠା, ଅଲାଯୁକ ସରକାର ଦ୍ୱାରା ଶାସିତ ହେଉଛୁ ବୋଲି ଡଃ ପଟ୍ଟନାୟକ ପ୍ରକାଶ କରିଛନ୍ତି l
