ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ
ନୟାଗଡ : ନୟାଗଡ ଶରଣକୁଳ ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାର ସର୍ବପୁରାତନ ଲଡୁକେଶ ଆଥଲେଟିକ ଆସୋସିଏସନ୍ ଶରଣକୁଳ ଦ୍ବାରା ଆୟୋଜିତ ୬୪ ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଖେଳରେ ଗଣ୍ଡରପୁର ଏଫ୍ ସି, ଭୁବନେଶ୍ୱର ୧-୦ ଗୋଲରେ ସେଞ୍ଚୁରିଆନ ୟୁନିଭରସିଟି , ଆଫ୍ରିକା ଏକାଦଶ କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଦିନ ଏହି ଖେଳରେ ରଣପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ଅନୁଷ୍ଠାନର ସଭାପତି ଶ୍ରୀ ଯୁକ୍ତ ସତ୍ୟନାରାୟଣ ପ୍ରଧାନଙ୍କ ସହ ମୁଖ୍ୟ ଅତିଥି ଭାବରେ ରାଜେଶ ଇଣ୍ଡଷ୍ଟ୍ରିର ମାଲିକ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ପାତ୍ର ଯୋଗଦାନ କରିଥିଲେ।ଖେଳର ପ୍ରଥମାର୍ଦ୍ଧ ଉଭୟ ଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ । ଦ୍ଵିତୀୟାର୍ଦ୍ଧର ଖେଳ ସଂଘର୍ଷ ପୂର୍ଣ୍ଣ ଭାବରେ ଚାଲୁଥିବାବେଳେ ୨୨ ତମ ମିନିଟରେ ସେଞ୍ଚୁରିଆନ ଦଳର ପେଣ୍ଡାଲଟିକ ଏରିଆ ମଧ୍ୟରେ ହାଣ୍ଡବଲ ହେବା ଯୋଗୁଁ ଗଣ୍ଡରପୁର ଦଳର ୮

ନଂ ଜର୍ସି ଖେଳାଳି ଚନ୍ଦନ ନାୟକ ଏକ ଡାଇରେକ୍ଟ ଫ୍ରି ବଲ ମାରି ଗୋଲରେ ପରିଣତ କରି ଦଳକୁ ୧-୦ ରେ ଅଗ୍ରଣୀ କରାଇଥିଲେ।ଗୋଟିଏ ଗୋଲ ହେବାପରେ ଖେଳ ଆକ୍ରମଣ ପ୍ରତିଆକ୍ରମଣାତ୍ମକ ଭାବରେ ଚାଲିଥିଲେ ମଧ୍ୟ ,ଆଉ ଗୋଲ ଆଫ୍ରିକା ଦଳ ସୁଝାଇ ପାରିନଥିଲେ ,ଯାହାଫଳରେ ଗଣ୍ଡରପୁର ଏଫ୍ ସି, ଭୁବନେଶ୍ୱର ଦଳ ୧-୦ ଗୋଲରେ ବିଜୟ ଲାଭକରି ଫାଇନାଲରେ ପ୍ରବେଶ କରିଛି ।ଖେଳ ମଧ୍ୟାନ୍ତରରେ ସଭାପତି ସତ୍ୟନାରାୟଣ ପ୍ରଧାନ ଓ ମୁଖ୍ୟ ଅତିଥି ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପଡିଆ ମଧ୍ୟ ଭାଗକୁ ଯାଇ ଦୁଇ ଦଳର ଖେଳାଳୀ ତଥା ଖେଳ ପରିଚାଳନା କରୁଥିବା ରେଫରୀ ମାନଙ୍କ ସହିତ କରମର୍ଦ୍ଦନ କରି ପରିଚୟ ଆଦାନ ପ୍ରଦାନ କରିଥିଲେ ଏବଂ ଦୁଇ ଦଳର ଅଧିନାୟକ ମୁଖ୍ୟ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଖେଳ ଶେଷରେ ମୁଖ୍ୟ ଅତିଥି ଗଣ୍ଡରପୁର ଦଳର ନଂ ୮ ଜର୍ସି ଖେଳାଳି ଚନ୍ଦନ ନାୟକ ଙ୍କୁ ଆଜି ର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଟ୍ରଫି ସହ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଗୁରୁବାର ଦିନର ଖେଳକୁ ଆନ୍ତର୍ଜାତୀୟ ରେଫରୀ ରାଜୁ ମହାନ୍ତି ମୁଖ୍ୟ ରେଫରୀ ଭାବରେ ଏବଂ ଜ୍ୟୋତିରଞ୍ଜନ ସ୍ବାଇଁ ଓ ପ୍ରସନ୍ନ ନାୟକ ଲାଇନରେ ସହାୟତା କରିଥିଲେ। ଜଗନ୍ନାଥ ପରିଡ଼ା ୪ର୍ଥ ରେଫରୀ ଭାବରେ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ଶୁକ୍ରବାର ଦିନ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ଏମ୍ କେ ଏସ ସି, ବକ୍ସର, ବିହାର ସହିତ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବବୋଲି ଆସୋସିଏସନ୍ ର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
