ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର :- ପାକ୍ଷିକ ସମ୍ବାଦପତ୍ର ” ବିରଜା ଭୂମି ” ପକ୍ଷରୁ ପୋଖରୀ ପୁଟ କାର୍ଯ୍ୟାଳୟରେ ଓଡ଼ିଆଭାଷା ସ୍ବତନ୍ତ୍ର ଶାସ୍ତ୍ରୀୟ ମାନ୍ୟତା ଦିବସ ବିରଜା ଭୂମିର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ସାମଲ ଓଡ଼ିଆ ଲିପି ଓ ଭାଷାର ପ୍ରାଚୀନତା ତଥା ସ୍ଵତନ୍ତ୍ରତା ସମ୍ପର୍କରେ ବିଶଦ ଆଲୋଚନା କରିବା ସହିତ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଓ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବାରେ ମହାମନିଷୀ ମାନଙ୍କ ତ୍ୟାଗ ଓ ପ୍ରଚେଷ୍ଟାର ସ୍ମୃତି ଚାରଣ କରି ବିଶ୍ୱ ଦରବାରରେ ଭାଷାକୁ ପହଞ୍ଚାଇବା ପାଇଁ ସମସ୍ତଙ୍କର ଯତ୍ ପରୋନାସ୍ତି ପ୍ରଚେଷ୍ଟା ଓ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ସମ୍ବାଦପତ୍ରର ସାହିତ୍ୟ ସମ୍ପାଦକ ମାନଗୋବିନ୍ଦ ବାରିକ୍ ଓଡ଼ିଆ ବାଣୀ ଭଣ୍ଡାରର ତିନି ଲକ୍ଷରୁ ଉର୍ଦ୍ଧ୍ବ ଶବ୍ଦ ଥିବାବେଳେ ଆମ ସାହିତ୍ୟରେ ଅଧିକାଂଶ ଶବ୍ଦ ବ୍ୟବହାର କରା ନଯିବା ତଥା ବିଦେଶୀ ଓ ଅଣ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବା ଦୁର୍ଭାଗ୍ୟ ଜନକ ବୋଲି ମତବ୍ୟକ୍ତ କରିଥିଲେ।ଏମିତି ଏକ ଦୁଃସ୍ଥିତିରେ ଶିକ୍ଷାବିତ୍,ସାହିତ୍ୟିକ,ବୁଦ୍ଧି ଜୀବି,ପ୍ରଶାସନ,ଗଣମାଧ୍ୟମ ତଥା ଭାଷା ପ୍ରେମୀ ସମସ୍ତେ ସଚେତନ ହେବା ବାଞ୍ଛନୀୟ। ଉକ୍ତ କାର୍ଯୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଲକ ଚନ୍ଦ୍ର ପଲେଇ, ପ୍ରଧ୍ୟାପକ ମହେନ୍ଦ୍ର କୁମାର ଜେନା, ପଠାଣି ବେହେରା, ପ୍ରବୀର ମହାପାତ୍ର,କୃଷ୍ଣ ପ୍ରସାଦ ଜେନା ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷର ଶରତ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।