February 6, 2026
Home » ଶିକ୍ଷକ ପ୍ରଭାତ ମିଶ୍ରଙ୍କୁ ଅବସର କାଳିନ ସମ୍ବର୍ଧନା

ଶିକ୍ଷକ ପ୍ରଭାତ ମିଶ୍ରଙ୍କୁ ଅବସର କାଳିନ ସମ୍ବର୍ଧନା

0
WhatsApp Image 2025-04-02 at 8.11.06 PM

କୁଜଙ୍ଗ : ପଙ୍କପାଳ ଶିକ୍ଷା ମଣ୍ଡଳ ଅଧୀନ ପଣ୍ଡୁଆ ପଞ୍ଚାୟତ ଠାରେ ଥିବା ପଣ୍ଡୁଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ ମିଶ୍ରଙ୍କୁ ବିଦ୍ୟାଳୟ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା
ପ୍ରଦାନ କରାଯାଇଛି,, l ଏନେଇ ବିଦ୍ୟାଳୟ ପରିସର ରେ ଏକ ସଭା ଆୟୋଜନ କରଯାଇ ଥିଲା, ଏହି ସଭା ରେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ସାମଲ ସଭା ପତିତ୍ୱ କରିଥିଲେ, ମୁଖ୍ୟ ଅତିଥିଭାବେ ପଣ୍ଡୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସିଦ୍ଧାର୍ଥ ମହାନ୍ତି, ସାମ୍ନାନୀୟ ଅତିଥିଭାବେ ପୂର୍ବତନ ସମିତି ସଭ୍ୟ ଅଜୟ କୁମାର ମହାନ୍ତି, ଶିକ୍ଷକ ଦେବାଶିଶି ଲେଙ୍କା, ନିମାଇ ଚରଣ ସ୍ୱାଇଁ, ଆଲୁମିନା କମିଟି ସଭାପତି ଆନମ ଚରଣ ସାହୁ ବିନୋଦ ବିହାରୀ ମୁଦୁଲି (ଓଷ୍ଟା )ବାଗଇ ସ୍କୁଲୁର ପ୍ରଧାନ ଶିକ୍ଷକ ,ପ୍ରମୁଖ ଯୋଗଦେଇ ଥିଲେ, ଉକ୍ତ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଛାତ୍ରୀ ଓ ସହକର୍ମୀ ଶିକ୍ଷକ ମାନେ ଅବସର ନେଇଥିବା ଛାତ୍ର ବତ୍ସଲ ମେଳାପୀ ମଣିଷର ସ୍ମୃତିକୁ ନିଜ ନିଜ ର ବାସ୍ପ ରୁଦ୍ଧ କଣ୍ଠରେ ବଖାଣି ଥିଲେ, ଏହି ବିଦାୟ ସମ୍ବର୍ଦନା ସଭାରେ କ୍ରୀଡା ଶିକ୍ଷକ ଦୀନବନ୍ଧୁ ନାଏକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶତାଧିକ ପ୍ରାକ୍ତନ, ଵର୍ତମାନ ଛାତ୍ର ଛାତ୍ରୀ ମାନେ, ଅଙ୍ଗବସ୍ତ୍ର, ଉତ୍ତରୀୟ, ଉପହାର ମାନ ନିଜ ପ୍ରିୟ ଶିକ୍ଷକ ଙ୍କୁ ପ୍ରଦାନ କରିଥିଲେ l

ଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ ତିର୍ତୋଲେ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *