ଶିଶୁର ପ୍ରତିଭା ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡା : ବିଜେପୁର ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି-୨୦୨୫
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜେପୁରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେପୁର ବ୍ଲକର ବିଭିନ୍ନ ସ୍କୁଲ ତଥା ଓଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ, ଶିଳ୍ପ, ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଗୁଣ ପ୍ରଦର୍ଶନ କରିଥିଲେ।

ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସେନା ଉତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଖିପାଲି ସରପଞ୍ଚ ସବିତା ସାହୁ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା, ପୂର୍ଣଚନ୍ଦ୍ର ପଧାନ ଓ ସୁଶାନ୍ତ କୁମାର ପାଣ୍ଡେ, ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ମନୋଜ ବେହେରା , ବିଜେପୁରର ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ, ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ।

ଶିଶୁ ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଏହି ଅବସରରେ ଅତିଥିଗଣ ମତ ବ୍ୟକ୍ତ କରିଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଳଭ ମେହେରଙ୍କ ସଭାପତିତ୍ୱରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଅଭିମନ୍ୟୁ ମେହେର, ରଞ୍ଜନ ରଣା, ବୁଲୁ ପ୍ରଧାନ, ନବକିଶୋର ସାହୁ, କବି ମକରଧ୍ୱଜ ସାହୁ, ସାହିତ୍ୟିକା ପ୍ରମୋଦିନୀ ସାହୁ, କଣ୍ଠଶିଳ୍ପୀ ଜୟଲାଲ ବୁଡେକ, ଦେବେନ୍ଦ୍ର ମଟାରୀ, ଳିଙ୍କୁ ମେହେର, ନାଟ୍ୟକାର ମୋହନ ସିଂ କହ୍ନେଇ, ସୁଶ୍ରୀ ପ୍ରତିମା ଗୁରୁ, ଅଧ୍ୟାପକ ବଳିଷ୍ଠ ପୁରି, ଅଧ୍ୟାପକ ଜଗଦୀଶ ଭୋଇ, ଗୋପିନାଥ ପଧାନ, ଡକ୍ଟର ବିବେକାନନ୍ଦ ପ୍ରଧାନ, ଅଧ୍ୟାପିକା ରଶ୍ମିରେଖା ବାରିକ, ବିବଶ ପଟେଲ, ରଶ୍ମିରାଣୀ ନନ୍ଦ, ମୀତା ମହାକୁଡ଼, ରେବତୀ ରାଉତିଆ, ଅଳକା ଦାଶ ପ୍ରମୁଖ ବିଚାରକ ଦାୟିତ୍ବ ତୁଲାଇଥିଲେ । ଉଦଯାପନୀ ସମାରୋହରେ ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ସୀତା ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ପାଣ୍ଡବ ପଧାନ, ସୁନୀଲ କୁମାର ମିଶ୍ର, ଜିତେନ୍ଦ୍ର ମେହେର, ଆକାଶ ମେହେର, ଜଗନ୍ନାଥ କୁମ୍ଭାର, ଅମୁଲ୍ୟ ସୁନା, ସୁଶାନ୍ତ ସାହୁଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ବ୍ଲକ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ତଥା କୁନି ପତିଭା ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ଦେଇ ସମ୍ମାନୀତ କରାଯାଇଥିଲା ।

ଅମିୟ ପ୍ରସାଦ ଭୋଇ, ବିଜୟ ରଞ୍ଜନ ଦାଶ, କୃଷ୍ଣ ଚନ୍ଦ୍ର ନାଏକ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ସିଆରସିସି ରାଜେଶ୍ବର ବେହେରା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ ତଥା ଶିକ୍ଷକ/ଶିକ୍ଷୟିତ୍ରୀ, ଏନସିସି ଦଳ ସମେତ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।
ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
