“ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ” ସମ୍ବନ୍ଧିତ କୁ ନେଇ ସାଇକେଲ୍ ରାଲି କାର୍ଯ୍ୟକ୍ରମ
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଓ ଜିଲ୍ଲା ପ୍ରଶାସନ, ରାୟଗଡା ଙ୍କ ମିଳିତ ଆନୁକୂଲ୍ୟରେ ଆଜି ତା. ୨୬.୦୧.୨୦୨୬ ରିଖ ସୋମବାର ଦିନ “ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ” ଉପରେ ସଚେତନ କରାଇବା ପାଇଁ ସ୍ଥାନୀୟ ସର୍କିଟ ହାଉସ୍ ପରିସରଠାରୁ ଡେଲି ମାର୍କେଟ ପର୍ଯ୍ୟନ୍ତ ଏକ ସାଇକେଲ୍ ରାଲି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା କଲେଜ ଓ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାନେଲ ଓକିଲ ଓ ପି.ଏଲ୍.ଭି ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ବାଲ୍ୟ ବିବାହକୁ କିପରି ରୋକିବା, ବାଲ୍ୟ ବିବାହ ଅଟେ ଏକ ଅପରାଧ ଏହାକୁ କିପରି ସମାଜରୁ ଉଚ୍ଛେଦ କରିବା ସେ ବିଷୟରେ ସମସ୍ତ ଜନସାଧାରଣ ମାନଙ୍କୁ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାୟଗଡା କଲେଜ ଓ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଓ ଜିଲ୍ଲା ପ୍ରଶାସନ, ରାୟଗଡା ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
