ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା। ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତିମଣତି ପକ୍ରିୟା l ଏହି ପକ୍ରିୟା ରେ ୨ଟି ଟିମ୍ ଉପସ୍ଥିତ ରହିବେ l ଦିନ ୧୨.୨୦ରୁ ୧.୪୫ ମଧ୍ୟରେ ବାହାରିଛି ମାହେନ୍ଦ୍ରବେଳା। ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ। ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ। ପ୍ରଥମେ ଚଳନ୍ତି,ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ। ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ l ଶନିବାର ରବିବାର ସମେତ ଯାନୀଯାତ୍ରା ଓ ନିତି ବହୁଳ ସମୟରେ ଗଣତିମଣତି କରାଯିବ ନାହିଁ l ଗଣତିମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଛତା ଅବଲମ୍ବନ କରାଯିବ l ସେପଟେ ମହାପ୍ରଭୁଙ୍କ ନୂତନ ରତ୍ନପଲଙ୍କ ସେଟ୍ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି l ସଂସ୍କାର ପୂଜା ହୋଇ ଶୁଭବେଳା ଦେଖି ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ l ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏବେ ଖୋଲିବ ନାହିଁl ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପ ପାଇଁ ଶୀତତାପ ନିୟନ୍ତ୍ରଣ କରାଯିବ l ଶ୍ରୀମନ୍ଦିର ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ଟେଣ୍ଡର କରାଯାଇଛି। ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
