ଶ୍ରଦ୍ଧାଳୁଙ୍କ ସମାଗମରେ ୨୦୧ କୁଣ୍ଡୀୟ ବୈଦିକ ବିଶ୍ଵଶାନ୍ତି ମହାଯଜ୍ଞ

ଆଧ୍ୟାତ୍ମିକତାରେ ଓତଃପ୍ରୋତ ଭବ୍ୟ କାର୍ଯ୍ୟକ୍ରମ ! ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ଗୁରୁକୁଳ ହରିପୁରର ସଞ୍ଚାଳକ ପ୍ରଖ୍ୟାତ ବୈଦିକ ବିଦ୍ୱାନ୍ ଆଦରଣୀୟ ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବଙ୍କ ବ୍ରହ୍ମତ୍ଵରେ ୨୦୧ ପରିବାରଙ୍କ ସଂପୃକ୍ତି ଓ ସଂଖ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ୨୦୧ କୁଣ୍ଡୀୟ ବୈଦିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠାନର କିଛି ଝଲକ ।
ଟିଟିଲାଗଡ଼ ନିବାସୀ ଶ୍ରୀମାନ୍ ସନ୍ତୋଷ କେଜରିୱାଲ ଏବଂ ବାନପ୍ରସ୍ଥୀ ପୁରୁଷୋତ୍ତମ ମୁନି ମହୋଦୟଙ୍କର ଏକ ସପ୍ତାହ ବ୍ୟାପୀ ନିରବଚ୍ଛିନ୍ନ ଲୋକସଂପର୍କ ଓ ପୁରୁଷାର୍ଥର ପରିଣାମ ସ୍ୱରୂପ ଏପରି ଏକ ବୃହତ୍ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ସଫଳ ସଂପନ୍ନ ହୋଇ ପାରିଲା । ସ୍ଥାନୀୟ ବିଧାୟକ ମାନନୀୟ ଶ୍ରୀଯୁକ୍ତ ନବୀନ ଜୈନ ନିଜର ଧର୍ମପତ୍ନୀ ଶ୍ରୀମତୀ ମମତା ଜୈନଙ୍କ ( ସ୍ଥାନୀୟ ନଗରପାଳିକା) ମୁଖ୍ୟ ଯଜମାନ ଆସନ ଅଳଙ୍କୃତ କରି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଯଜ୍ଞ ଭଗବାନଙ୍କ ଆଶୀଷ ଲାଭ କରିଥିଲେ ।
ଆଦରଣୀୟ ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବଙ୍କ ସୁଦକ୍ଷ ନେତୃତ୍ୱ ଓ ସୁଚିନ୍ତିତ ପରାମର୍ଶରେ ମହର୍ଷି ଦୟାନନ୍ଦଙ୍କ ସ୍ଥାପିତ ଆର୍ଯ୍ୟସମାଜର ତୃତୀୟ ନିୟମର ବାସ୍ତବ କ୍ରିୟାନ୍ଵୟନରେ ଏପରି ଯଜ୍ଞୀୟ କାର୍ଯ୍ୟକ୍ରମ ଓ ପ୍ରବଚନର ସୁଦୂରପ୍ରସାରୀ ପ୍ରଭାବ ପରିଲକ୍ଷିତ ହେବା ଶୁଭଙ୍କର। ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ସାଧୁସନ୍ଥ ବାନପ୍ରସ୍ଥୀ ବୃନ୍ଦ ଉପସ୍ଥିତ ଥିଲେ। ଗୁରୁକୁଳ ହରିପୁରର ସୁଯୋଗ୍ୟ ବ୍ରହ୍ମଚାରୀ ମାନଙ୍କର ଶୁଦ୍ଧ ମନ୍ତ୍ରୋଚ୍ଚାରଣ ଜନମାନସକୁ ମୁଗ୍ଧ କରିଥିଲା ।