February 5, 2026
Home » ଶ୍ରମିକ ଙ୍କୁ ସଚେତନ କଲେ ଶ୍ରମ ଅଧିକାରୀ

ଶ୍ରମିକ ଙ୍କୁ ସଚେତନ କଲେ ଶ୍ରମ ଅଧିକାରୀ

0
WhatsApp Image 2026-01-10 at 1.28.47 PM

ସୁବର୍ଣ୍ଣପୁର: ରାଜ୍ୟ ସରକାର ଶ୍ରମିକ ଙ୍କ ନିମନ୍ତେ ଅନେକ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତିଆରି ହୋଇଛି।ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଏହି ବୋର୍ଡ଼ ମାଧ୍ୟମରେ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ତଥା ମୃତ୍ୟୁ କାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା, ଶିକ୍ଷା ସହାୟତା, ବିବାହ ସହାୟତା ଏବଂ ପ୍ରସୂତୀ ସହାୟତା ଜ଼ିଲ୍ଳା ରେ ଯୋଗେଇ ଦିଆ ଯାଉଛି। ବୌଦ୍ଧ ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଙ୍କ ଠାରୁ ଜଣା ପଡିଛି ଯେ ବିଭିନ୍ନ ପ୍ରକାର ସହାୟତା ରାଶି ଜ଼ିଲ୍ଲାପାଳ ଅନୁମୋଦନ କରିସାରିଛନ୍ତି ଓ ଏହା କିଛି ଦିନ ମଧ୍ୟରେ ସିଧାସଳଖ ଶ୍ରମିକ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତା କୁ ଯିବ। ଏଥି ନିମନ୍ତେ ଶ୍ରମ ଅଧିକାରୀ ନିଜେ ସମସ୍ତ ଯୋଗ୍ୟ ଶ୍ରମିକ ମାନଙ୍କୁ ଫୋନକଲ ମାଧ୍ୟମରେ ସଚେତନ କରାଉଛନ୍ତି ଯେ ଆପଣଙ୍କ ବ୍ୟାଙ୍କ ଖାତା କୁ ଆଧାର ସହିତ ସଂଲଗ୍ନ କରନ୍ତୁ ଏବଂ କୌଣସି ପ୍ରକାର ଦଲାଲ,ମଧ୍ୟସ୍ଥି, ଟାଉଟର ଙ୍କୁ ପଇସା ଦିଅନ୍ତୁ ନାହିଁ।ଏହି ସମ୍ପର୍କରେ ଶ୍ରମ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଶ୍ରମିକ ଙ୍କୁ ସଚେତନ କରାଇବା ନିହାତି ଜରୁରୀ ଯାହା ଫଳରେ କି ସେମାନେ ଦଲାଲ ମାନ ଙ୍କ ଠାରୁ ଦୂରରେ ରହିବେ ଓ ସିଧା ସଳଖ ସବୁବେଳେ ଶ୍ରମ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *