July 27, 2025
Home » ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକଉତ୍ସବ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକଉତ୍ସବ

0
WhatsApp Image 2025-01-23 at 2.38.18 PM

ଭୁବନେଶ୍ୱର : ସ୍ଥାନୀୟ ଭୀମଟାଙ୍ଗିରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସଵ ଗତ ଶନିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ ବାର୍ଷିକ ବିବରଣୀ ପାଠକରିବା ସହ ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଲାଇଥଲେ। ବିଶିଷ୍ଟ ଶିକ୍ଷାବିତ ଡ.ଧରଣୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶ୍ରୀମତୀ ମିନତୀ ଭଞ୍ଜ ଯୋଗ ଦେଇ ପିଲାମାନଙ୍କୁ କଠିନ ପରିଶ୍ରମି ଓ ସଦାଚାରୀ ହେବା ପାଇଁ ପ୍ରେରଣା ଦେଇଥିଲେ।ମୁଖ୍ୟବକ୍ତା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଖୋର୍ଦ୍ଧା ମାଟିର ସଂଗ୍ରାମୀ ଗାଥାକୁ ଅବତାରଣା କରିବା ସହ ଆଗାମୀ ଦିନରେ ଭାରତ ଯେଉଁ ବିଶ୍ୱ ଗୁରୁ ହେବାକୁ ଯାଉଛି ସେ ମହାନ ଦାୟିତ୍ୱର ସମ୍ଭାବନା କିପରି ଏଇ କୁନିକୁନି ପିଲାମାନଙ୍କ ମଧ୍ୟରେ ସୃଷ୍ଟି ହେଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଅଧ୍ୟାପିକା ତଥା ସମାଜସେବୀ ଶ୍ରୀମତୀ ଭଗବତୀ ରାଉତ ଓ ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଶିବ ରାୟ ପ୍ରମୂଖ ବ୍ୟକ୍ତି ବିଶେଷ ପିଲାମାନଙ୍କୁ ଉତ୍ତମ ଜୀବନଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଥିଲେ।

ଉକ୍ତ କାର୍ଯୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକ ଯୋଗ ଦେଇଥିଲେ।ଶିକ୍ଷକ ଶ୍ରୀକାନ୍ତ ମହାପାତ୍ର ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ରଘୁନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *