ଶ୍ରୀମନ୍ଦିର ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନବାଚୀ

ପୁଣି ଶ୍ରୀମନ୍ଦିର ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନବାଚୀ। ସୋସିଆଲ ମିଡିଆରେ ଭାଇରାଲ୍ ହେଲା ସମ୍ବେଦନଶୀଳ ଶ୍ରୀମନ୍ଦିରର ଗର୍ଭଗୃହର ଭିଡିଓ। ବୃନ୍ଦାବନ ର ଜଣେ ବ୍ୟକ୍ତି ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ ବୁକରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ କରିଛନ୍ତି। ତେବେ ଏହି ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ସହ ଭିତର ବେଢାର ଭିଡ଼ିଓ ମଧ୍ୟ ଭାଇରାଲ କରିଛନ୍ତି। ସୋସିଆଲ ମିଡିଆରେ ଗତକାଲି ରାତିରେ ଏହି ବ୍ୟକ୍ତି ଜଣକ ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛନ୍ତି।
ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତର ବେଢ଼ା ର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କଲେ ତା’କୁ ନେଇ ଜଗନ୍ନାଥ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନ ର ମାଳ ମାଳ କର୍ମଚାରୀ, ସେବାୟତ, ଜେଟିପି ଉପସ୍ଥିତ ରହୁଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଗତକିଛି ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ସହ ଫେସବୁକ୍ ରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର୍ ପାଇନାହିଁ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )