December 27, 2025
Home » ଶ୍ରୀ ଅନ୍ନ ଯୋଜନା ତରଫରୁ ମାଣ୍ଡିଆ କ୍ଷେତ୍ର ଦିବସ ପାଳିତ

ଶ୍ରୀ ଅନ୍ନ ଯୋଜନା ତରଫରୁ ମାଣ୍ଡିଆ କ୍ଷେତ୍ର ଦିବସ ପାଳିତ

0
WhatsApp Image 2025-11-25 at 5.12.39 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଠାରେ ଜିଲ୍ଲା କୃଷି ବିଭାଗ ତଥା ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକ, ବୌଦ୍ଧଙ୍କ ସହାୟତାରେ ସ୍ବେଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର, ସରସରାର ଆୟୋଜନ କ୍ରମେ ଶ୍ରୀ ଅନ୍ନ ଅଭିଯାନ ମାଣ୍ଡିଆ କ୍ଷେତ୍ର ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା l ଏଥିରେ ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜୀ ସଭାପତିତ୍ୱ କରିଥିବା ବେଳେ,ଲୋକ କଳା ବିକାଶ କେନ୍ଦ୍ର ବ୍ଲକ ସଂଯୋଜକ ସୀତାକାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ସହକାରୀ କୃଷି ଅଧିକାରୀ ପ୍ୟାରୀମୋହନ ପୁରୋହିତ, ସମ୍ମାନିତ ଅତିଥି ଭାବେ ସହକାରୀ କୃଷି ଅଧିକାରୀ ପୁରୁଷୋତ୍ତମ ସାହୁ, ଅନ୍ୟତମ ଅତିଥି ଭାବେ ସାମାଜିକ କର୍ମୀ ତଥା ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ପ୍ରମୁଖ ଯୋଗଦେଇ ଶ୍ରୀ ଅନ୍ନ ଯୋଜନାରେ ବିଭିନ୍ନ ସରକାରୀ ସହାୟତା ସହ ପାରମ୍ପରିକ ଓ ଜୈବିକ କୃଷି ମାଧ୍ୟମରେ ଚାଷ କରି ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତି କରି ନିଜ ପରିବାରରେ ଖାଇବା ସହିତ ବିକ୍ରିକରି ଲାଭବାନ ହୋଇପାରିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ମାଣ୍ଡିଆ ଚାଷୀ ଭାବେ କେଳାକଟା ଗ୍ରାମର ଜ୍ୟୋତି ରଞ୍ଜନ ପ୍ରଧାନ ଓ ଜହ୍ନl ଚାଷୀ ଭାବେ ସାର୍ତ୍ତିକ ପ୍ରଧାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୃଷି ବିଶ୍ୱ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ସୁଶ୍ରୀ ଆଚାର୍ଯ୍ୟ, ଶୋଭନା ସବିତା ବେହେରା, ଓମପ୍ରିୟା ବ୍ୟୋମକେଶ ପ୍ରଧାନ ଓ ଦେବେନ୍ଦ୍ର କୁମାର ମେହେର ଯୋଗଦେଇ ବିଭିନ୍ନ ବିଷୟ ଉପରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଅଗ୍ରଣୀ ଚାଷୀଙ୍କ ସହିତ ଶତାଧିକ ଚାଷୀ ଅଂଶ ଗ୍ରହଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *