February 5, 2026
Home » ଶ୍ରୀ ଜଗନ୍ନାଥ ଯୋଗାଳୟ ର ବାର୍ଷିକ ଉତ୍ସବ

ଶ୍ରୀ ଜଗନ୍ନାଥ ଯୋଗାଳୟ ର ବାର୍ଷିକ ଉତ୍ସବ

0
WhatsApp Image 2026-02-05 at 3.04.54 PM

ଭୁବନେଶ୍ବର – ପୋଖରୀପୁଟ ମଧୁସୂଦନ ପାର୍କ୍ ଶ୍ରୀ ଜଗନ୍ନାଥ ଯୋଗା ଳୟ ପକ୍ଷରୁ ବାର୍ଷିକ ଉତ୍ସବ ଝୁମୁକା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଲକ୍ଷ୍ମୀନାରାୟଣ ପାଢି ବାର୍ଷିକ ବିବରଣୀ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ବରିଷ୍ଠ ବନ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା, ପଣ୍ଡିତ ପ୍ରବୀର କୁମାର ମହାପାତ୍ର ଓ ଶିଶିର ଦାସ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତିବର୍ଷ ଭୁବନେଶ୍ବର ବିଭିନ୍ନ ଦର୍ଶନୀୟ ସ୍ଥାନରେ ଭ୍ରାମ୍ୟମାଣ ଉଚ୍ଛବ କରାଇବାପାଇଁ ସ୍ଥିର ହେଲା। ପରିବେଶ ପ୍ରତ୍ୟୁଷଣ ରୋକିବାକୁ ପଲିଥିନ୍ ଓ ଘୁଟୁକା ବର୍ଜନ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରତିବର୍ଷ ବୃକ୍ଷ ରୋପଣ ଓ ସମାଜ ସେବା ପାଇଁ ସମସ୍ତ ସଭ୍ୟ ସପଥ ଗ୍ରହଣ କରିଥିଲେ। ଅନ୍ୟନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କର ଅଭୟ ମହାପାତ୍ର ଇଂ ଅଶୋକ ପ୍ରଧାନ, ସୁଦର୍ଶନ ମହାଳିକ, ନାରାୟଣ କର, ନିରଞ୍ଜନ ସେନାପତି,ହାଡିବନ୍ଧୁ ସାହୁ, ଲମ୍ବୋଦର ପଣ୍ଡା, ରମାକାନ୍ତ ସାହୁ, ବାଳକୃଷ୍ଣ ପ୍ରହରାଜ, ରମେଶ ପାତ୍ର, ବାଇଧର ପାତ୍ର, ତରଣୀସେନ୍ ନାୟକ, ମନୋଜ ରାଜୁ, ସୀମାଞ୍ଚଳ ପାଢି ଓ ଭାସ୍କର ଦାସ ଉପସ୍ଥିତ ଥିଲେ। ପରିଶେଷରେ କୃଷ୍ନ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *