March 26, 2026
Home » ପୁଣି ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ପ୍ରଶ୍ନ

ପୁଣି ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ପ୍ରଶ୍ନ

0
WhatsApp Image 2026-03-25 at 8.05.26 PM

ପୁଣି ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ। ଆଜି ସନ୍ଧ୍ୟା ୫ ଟା ୨୫ ମିନିଟ୍ ରୁ ଦୀର୍ଘ ୩୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ଉପରେ ଉଡ଼ିଚି ଡ୍ରୋନ। ଶ୍ରୀ ମନ୍ଦିର ର ବାନା ପରିବର୍ତ୍ତନ ବେକେ ଏହୀ ଭିଡିଓ କୁ ଦୁଇଟି ଡ୍ରୋନ ଭିଡିଓ ସୁଟ୍ କରୁଥିବା ନଜର କୁ ଆସିଛି। ତେବେ ଏହାକୁ ନେଇ ଭକ୍ତ ମାନେ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀ ମନ୍ଦିର ଭଳି ଏକ ହାଇ ସିକୁରୀଟି ଜୋନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରୋନ ଉଡ଼ିବା ଅତ୍ୟନ୍ତ ବିପଦ ଜନକ ବୋଲି ଭକ୍ତ ଅଭିଯୋଗ କରିଛନ୍ତି। ଜଣେ ଶ୍ରଦ୍ଧାଳୁ ପରମା ବୋଷ କହିଛନ୍ତି ଶ୍ରୀ ମନ୍ଦିର ଭଳି ଏକ ହାଇ ସିକୁରିଟି ଜୋନ୍ ରେ ୨ ଟି ଡ୍ରୋନ ଉଡ଼ିବା ସୁରକ୍ଷା ଦୃଷ୍ଟି କୋଣରୁ ଠିକ୍ ନୁହେଁ। ଶ୍ରୀ ମନ୍ଦିର କୁ ହଜାର ହଜାର ଭକ୍ତ ଆସୁଛନ୍ତି। ଯଦି ଡ୍ରୋନ ରେ କିଛି କେହି ବିସ୍ଫୋରକ ସାମଗ୍ରୀ ରେ ଆକ୍ରମଣ କରେ ତେବେ ବହୁତ କ୍ଷତି ଘଟିବ। ଏଣୁ ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିବା ବ୍ୟକ୍ତି ଙ୍କ ବିରୁଦ୍ଧ ରେ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେଉ। ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡାଣ ବନ୍ଦ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉ। ସେପଟେ ପୁରୀ ପୋଲିସ୍ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି ଏହି ଘଟଣା ରେ ୨ ଜଣଙ୍କୁ ଅଟକ ରଖାଯାଇଛି। ତଦନ୍ତ କରାଯାଉଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀ ମନ୍ଦିର ର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରିନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା। ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୋଲିସ। ଦୁଇଜଣ ବ୍ୟକ୍ତି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର କଲ୍ୟାଣ ଦାସ ଏବଂ ସମ୍ରାଟ ବିଶ୍ୱାସ।

 

puri ru soubhagya pattanayak nka report

Leave a Reply

Your email address will not be published. Required fields are marked *