December 28, 2025
Home » ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବ ଚଳିତ ମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ

ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବ ଚଳିତ ମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ

0
Untitled

ପୁରୀ ବାଲିଘାଟ ଜାଗେଶ୍ୱରି ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବ ଚଳିତ ମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆସନ୍ତା ୧୦,୧୧,୧୨ ତାରିଖ ତିନି ଦିନ ଧରି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଦିନ ସନ୍ଧ୍ୟାର ଆକର୍ଷଣ ସାଜିବ ଗୀତ ବାହାର କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ତାଙ୍କ ଗ୍ରୁପ ର ସୁମଧୁର ସଙ୍ଗୀତ, ଦ୍ଵିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିବ ନାଭିୟା ଜେଟୀ ଓ ତାଙ୍କ ଗ୍ରୁପ ସଦସ୍ୟ ଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ ଏବଂ ଶେଷ ସନ୍ଧ୍ୟା ଅର୍ଥାତ୍ ୧୨ ତାରିଖ ସନ୍ଧ୍ୟାରେ ମହାରାଜା ବ୍ୟାଣ୍ଡ ପକ୍ଷରୁ ଗ୍ରୁପ କୁ ନେଇ ମଞ୍ଚକୁ ଆସିବେ କଣ୍ଠଶିଳ୍ପୀ ସୁଜ୍ଞାନି ମହାପାତ୍ର | ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ରୁପେ ପୁରୀ ବିଧାୟକ ସୁନୀଲ ମହାନ୍ତି,ପୂର୍ବତନ ପୌରାଧକ୍ଷ ଶାନ୍ତିଲତା ପ୍ରଧାନ, ପୂର୍ବତନ ପୌର ସଦସ୍ୟ ଭକ୍ତ ଦାସ,ନାରଣ ପଟ୍ଟନାୟକ,ପ୍ରଦୀପ ନାୟକ,ସୁଦର୍ଶନ ଦାସ,କାଞ୍ଜିତା ମହାନ୍ତି, ପ୍ରିତମ ଜଗଦେବ,ରାଜ୍ୟ ସମ୍ପାଦକ ବିଜେଡି ଷ୍ଟାର୍ଲିନ ପରିଜା,ରାଜ୍ୟ ସଦସ୍ୟ ବିଜେଡି ପୁଷ୍ପାଞ୍ଜଳି ରଣା,ବିଜେଡି ସହରାଞ୍ଚଳ ସଭାପତି ସବ୍ୟସାଚୀ ମହାପାତ୍ର,ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର,ଅର୍ବାନ ବ୍ୟାଙ୍କ ଚେୟାରମ୍ୟାନ ଗୁଣନିଧି ଦାସ ମହାପାତ୍ର ପ୍ରମୁଖ ପ୍ରଥମ ଦିନ ରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ।ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପ ସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *