October 23, 2025
Home » ଶ୍ରୀ ଶ୍ରୀ ଶ୍ରୀ ମାଁ କାଳୁଆଙ୍କୁ ଦର୍ଶନ କଲେ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଶ୍ରୀ ଶ୍ରୀ ଶ୍ରୀ ମାଁ କାଳୁଆଙ୍କୁ ଦର୍ଶନ କଲେ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା

0
WhatsApp Image 2025-09-29 at 11.20.23 AM

ବ୍ରହ୍ମପୁର:  ଗୋସାଇଁନୂଆଗାଁ ବଡ଼ ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ କାଳୁଆଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅସ୍ଥାୟୀ ମଣ୍ଡପରେ ପହଞ୍ଚି ମାଁ କାଳୁଆଙ୍କ ଆଶିର୍ବାଦ ନେବା ସହ ଜଗତର କଲ୍ୟାଣ ପାଇଁ କାମନା କରିଛନ୍ତି ।

କାଳୁଆ ପୁଜା କମିଟି ସଭାପତି ଜଗନ୍ନାଥ ଚୈାଧୁରୀ,ରିଟୁ ପଣ୍ଡା,ଶ୍ରୀକାନ୍ତ ସାହୁ,ଶିଶିର ପଣ୍ଡା,ସୁଶାନ୍ତ କୁମାର ପାତ୍ର,ଜୟକୃଷ୍ଣ ମିଶ୍ର,ରାଜେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ଗ୍ରାମବାସୀ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ପାଛୋଟି ନେବା ସହ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଏହାପରେ ମନ୍ତ୍ରୀ ଶ୍ରୀ ଜେନା ବିଜିପୁର ସ୍ଥିତ ଦୁର୍ଗା ପୂଜା ମେଢ଼ ଦର୍ଶନ କରିଥିଲେ । ପରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ପ୍ରମୁଖ ଗାନ୍ଧୀନଗର ସ୍ଥିତ ଦୁର୍ଗା ପୂଜା ଟାଟାବେଞ୍ଜ ସ୍ଥିତ ଦୁର୍ଗା ପୂଜା ମେଢ଼ ଦର୍ଶନ କରି ମାଁ ଦୂର୍ଗାଙ୍କ ଆଶିଷ ଭିକ୍ଷା ଲାଭ କରିଥିଲେ । ପରେ କମାପଲ୍ଲୀ ଦୁର୍ଗା ପୂଜା ମେଢ଼ ଦର୍ଶନ କରିଥିଲେ । ସାଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ରବି ରାଓ,ସମ୍ପାଦକ କିଶୋର କୁମାର ସାହୁ,ସଞ୍ଜୟ କୁମାର ଦାସ,କୃଷ୍ଣ ପଲାଇ,ନୀଳକଣ୍ଠ ବେହେରା,ଶ୍ରୀଧର ପାଳ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *