December 29, 2025
Home » ଶ୍ରେଷ୍ଠ ବିଦ୍ୟାଳୟ ଭାବେ କଣ୍ଟାମାଳ ହାଇସ୍କୁଲ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ

ଶ୍ରେଷ୍ଠ ବିଦ୍ୟାଳୟ ଭାବେ କଣ୍ଟାମାଳ ହାଇସ୍କୁଲ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ

0
WhatsApp Image 2025-03-08 at 11.31.45 AM

ସୁବର୍ଣ୍ଣପୁର –ରାଜ ଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ଓ ଜୁନିୟର ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି,ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ପରିବର୍ତ୍ତନ ରେ ସାମିଲ ହୁଅ ଓ ପରିବର୍ତ୍ତନ ନିଜ ଠାରୁ ଆରମ୍ଭ କର। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ମଞ୍ଚାସୀନ ଥିଲେ। ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ସ୍ବାଗତ ଅଭିଭାଷଣ ରଖିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲକୁ ପୁରସ୍କୃତ କରାଯାଇଥିଲା।।ଏହି ଅବସରରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ବନମାଳୀ ମେହେର ମହାମହିମ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ପ୍ରମାଣ ପତ୍ର ସହ ସ୍ମାରକୀ ପତ୍ର ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ରେଡ଼କ୍ରସର ମୂଳମନ୍ତ୍ର ମାନବିକତାକୁ ଲକ୍ଷ୍ୟକରି ବିଗତ ଦିନରେ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ଜନହିତକର କାର୍ଯ୍ୟ ଓ ସଚେତନତା ଧର୍ମୀ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଏନେଇ ରାଜ୍ୟ ରେଡ଼କ୍ରସ ବିଭାଗକୁ ଧନ୍ୟବାଦ୍ ଜଣାଇଛନ୍ତି । ଶିକ୍ଷକଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ବିଦ୍ୟାଳୟ ପ୍ରତି ନିଃସ୍ଵାର୍ଥ ସେବାକୁ ସମ୍ମାନ ଜଣାଇଛନ୍ତି।ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *