ଷୋଡଶ ସାତସାହି କଟକ ନୃତ୍ୟ ଉତ୍ସବ ରେ ସଚେତନାଧର୍ମୀ ସାମାଜିକ ବାର୍ତ୍ତା ପାଇଁ ପଦକ୍ଷେପ ନିଆଯିବ

ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁତ ପ୍ରସ୍ତୁତି ବୈଠକରେ ନିଆଗଲା ନିଷ୍ପତି
କଟକ: କଟକ ନୃତ୍ୟଉତ୍ସବ କମିଟି ପକ୍ଷରୁ ଆସନ୍ତା ମଇ ତା ୧୬ରୁ ୨୫ ରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ହେବାକୁ ଯାଉଥିବା ଷୋଡଶ ସାତସାହି କଟକ ନୃତ୍ୟ ଉତ୍ସବ ସଫଳତାର ସହିତ ଆୟୋଜନ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ,ଜିଲ୍ଲା ସଂସ୍କୃତି ପରିଷଦ ଓ କଟକ ନୃତ୍ୟୋସବ କମିଟି ର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉତ୍ସବ ଆୟୋଜନ କମିଟିର ଅଧ୍ୟକ୍ଷ ତଥା କଟକ ମହାନଗର ନିଗମ ମେୟର, ଶ୍ରୀ ସୁବାଷ ଚନ୍ଦ୍ର ସିଂହ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସଂମ୍ପର୍କରେ ଆଲୋଚନା କରିଥିଲେ।ବୈଠକରେ ମିଶନ ଶକ୍ତି,ହସ୍ତଶିଳ୍ପ ବିଭାଗ, ଓରମାସ, ଜିଲ୍ଲା ଅବକାରୀ ପରିବହନ,ସ୍ୱାସ୍ଥ୍ୟ, ୱାଟକୋ ଓ ଟିପିସିଓଡ଼ିଏଲର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ବିଭାଗୀୟ ସଂପୃକ୍ତି ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ବନ୍ଧରେ ନିଜର ମତବ୍ୟକ୍ତ କରିଥିଲେ।ସାତସାହି ନୃତ୍ୟ ଉତ୍ସବରେ ସରକାରୀ ଷ୍ଟଲ ଉଭୟ ପ୍ରଦର୍ଶନୀ ଓ ବ୍ୟବସାୟ ଉଦ୍ଦେଶ୍ୟରେ ସ୍ଥାନ ପାଇବାପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।ସରକାରଙ୍କ ବିଭିନ୍ନ ବିଭାଗରେ ଯେଉଁ ସବୁ ଜନ ମଙ୍ଗଳକାରି ଯୋଜନା ଲୋକଙ୍କ ପାଇଁ କରାଯାଇଛି ତାହାର ବହୁଳ ଭାବରେ ପ୍ରଚାର କରାଇବା ପାଇଁ ବୈଠକରେ ନିଷ୍ପତି ହେଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ କିପରି ଏହି ଉତ୍ସବ ରେ ପ୍ରତ୍ୟେକ୍ଷ ଭାବରେ ଅଂଶ ଗ୍ରହଣ କରିବେ ସେନେଇ ଅତିରିକ୍ତ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ମତବ୍ୟକ୍ତ କରିଥଲେ।
ବିଭିନ୍ନ ରାଜ୍ୟରୁ ଆସୁଥିବା ଅତିଥି କଳାକାର ମାନଙ୍କ ରହିବା ବ୍ୟବସ୍ଥା ସର୍କିଟ ହାଉସ ରେ କରାଯିବାକୁ ନିଷ୍ପତି ହେଲା।ଏଥି ସହିତ ସଂସ୍କୃତି ବିଭାଗ ପକ୍ଷ ରୁ ସାଂସ୍କୃତିକ ଦଳ ଆର୍ଥିକ ସହାୟତା କୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତି ହେଲା।ଉତ୍ସବରେ କମିଟି ପକ୍ଷରୁ ରୋଗାକ୍ରାନ୍ତ ପିଲାଙ୍କୁ ଆର୍ଥିକ ସହାୟତା ଦିଆଯାଉଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ପ୍ରଶଂସା କରାଯାଇଥିଲା।ଚଳିତ ବର୍ଷ ଏହି ଉତ୍ସବ ଓ ମେଳାକୁ ଅଧିକ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏନସିସି କ୍ୟାଡେଟ ମାନଙ୍କୁ ଭଲୁଣ୍ଟର ଭାବେ ନିୟୋଜିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେମାନେ ୧୦ଦିନ ଧରି ଏହି ଉତ୍ସବ ରେ ଭିଡ଼ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଅତିଥି ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବେ। ଏହି ଅବସରରେ କମିଟି ଚଳିତ ବର୍ଷ ର ସାତସାହି ବ୍ରୋଚର ଅତିଥି ମାନେ ଉନ୍ମୋଚନ କରିଥିଲେ।
କମିଟି ପକ୍ଷରୁ ସଭାପତି ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ନନ୍ଦ ଆୟୋଜନର ସଫଳତା କାମନା କରିଥିବା ବେଳେ କମିଟିର ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ବୈଠକ ପରିଚାଳନା କରି ସଂପୃକ୍ତ ବିଭାଗ ମାନଙ୍କର ସହାୟତାରେ ଚଳିତ ବର୍ଷ ଏହି ଉତ୍ସବକୁ ଅଧିକ ମନୋରମ କରାଯାଇ କଟକର ଐତିହ୍ୟ, ସଂସ୍କୃତି ଓ ନୃତ୍ୟ ପରମ୍ପରାର ପ୍ରଚାର ପ୍ରସାର କରାଯିବା ଉପରେ ଗୁରୁତ୍ୱାରୋପ କରିଥଲେ। ଏଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆହୋଜନ ହେବା ନେଇ ବୈଠକରେ ମତବ୍ୟକ୍ତ କରିଥିଲେ।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର କର୍ମକର୍ତ୍ତା ଉଲ୍ଲାସ ସେନ, ଡାକ୍ତର ଦୁର୍ଗା ଚରଣ ଦାଶ ରଶ୍ମି ରଞ୍ଜନ ତ୍ରିପାଠୀ ରାଜେଶ ଦାସ,ସବିତା ମହାନ୍ତି, ବବିତା ସ୍ୱାଇଁ,ପଦ୍ମାଳୟା ବ୍ରାହ୍ମଚାରୀ ଜିତେନ୍ଦ୍ର ପ୍ରସାଦ,ବିନୋଦ ଦାସ, ସ୍ନେହାଶିଷ ଦାସ ସୁଭାଶିଷ ଦାସ,ପାର୍ଥ ସାରଥୀ ସ୍ୱାଇଁ, ବିଶ୍ୱଜିତ ସେନାପତି,ସୁନୀଲ ଦାସ,ସତ୍ୟ ପ୍ରସାଦ ବଳସାମନ୍ତ
ଶକ୍ତି ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ.