ଷ୍ଟୁଆର୍ଟ ସ୍କୁଲ୍ ଠାରେ ଆନ୍ତର୍ଯାତିକ ଯୋଗ ଓ ବିଶ୍ବ ସଙ୍ଗୀତ ଦିବସ ପାଳିତ

ରାଜଧାନୀ ର ଅଗ୍ରଣୀ ଓ ପୁରାତନ ଶିକଷାନୁଷ୍ଠାନ ଭାବେ ପରିଚିତ ଷ୍ଟୁଆର୍ଟ ସ୍କୁଲ ଠାରେ ଆନ୍ତର୍ଜାତିକ ଯୋଗ ଓ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇ ଯାଇଛି। ପ୍ରିନ୍ସିପାଲ ରସ୍ମିରେଖା ସେନାପତି ଓ ଭାଇସ ପ୍ରିନ୍ସିପାଲ ମଧୁସ୍ୱନି ପର୍ମାଣିକ ଙ୍କ ମାର୍ଗଦର୍ଶନ ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନ କରିବା ସହ ଯୋଗ ର ଉପକାରିତା ବିଷୟରେ ଆଲୋଚନା କରିଥିଲେ।
ବିଦ୍ୟାଳୟ ରେ ସଙ୍ଗୀତ ଶିକ୍ଷା ଲାଭ କରୁଥିବା ଛାତ୍ର ଛାତ୍ରୀ ମାନେ ବାଦ୍ୟଯନ୍ତ୍ର ସଙ୍ଗୀତ, କଣ୍ଠ ସଙ୍ଗୀତ ଓ ସମବେତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ସମାଜ ସେବୀ ମଳୟ ମହାପାତ୍ର ଓ ସମ୍ମାନନୀୟ ଅତିଥି ବିଶିଷ୍ଟ ସଙ୍ଗୀତଜ୍ଞ ଅନ୍ନଦା ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ଥିଲେ ।
ସଙ୍ଗୀତ ଶିକ୍ଷକ ଶ୍ରୀକାନ୍ତ କୁମାର ନନ୍ଦ ଙ୍କ ଏହି ଉତ୍ସବରେ ସମ୍ମାନିତ କରାଯାଇ ଥିଲା। ଛାତ୍ର ଛାତ୍ରୀ ମାନଙ୍କ କଳା ପ୍ରତିଭା ର ବିକାଶ ଓ ଉତ୍ସାହ ପ୍ରଦାନ ପାଇଁ ଏପରି ଉତ୍ସବ ଜରୁରୀ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।