February 3, 2026
Home » ସଂପର୍କ ଅନୁଷ୍ଠାନ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ୨୦୨୬ ପାଳିତ

ସଂପର୍କ ଅନୁଷ୍ଠାନ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ୨୦୨୬ ପାଳିତ

0
WhatsApp Image 2026-01-24 at 3.42.41 PM

ପୁରୀ: ସଂପର୍କ ଅନୁଷ୍ଠାନ ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ ପରିସରରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥଃଧାମ ଶାଖା ସହାୟତା ରେ ଜାତୀୟ ଶିଶୁ କନ୍ୟା ଦିବସ–୨୦୨୬ ଉତ୍ସାହ ଓ ସଚେତନତାର ସହିତ ପାଳନ କରାଯାଇଛି। ଶିଶୁ କନ୍ୟାଙ୍କ ଶିକ୍ଷ୍ୟା, ସୁରକ୍ଷା, ,ସ୍ୱାବଲମ୍ବନ,ସମ୍ମାନ, ଓ ସଶକ୍ତିକରଣକୁ କେନ୍ଦ୍ର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ଉଦଘାଟନ କରାଯାଇଥିଲା।

ପରେ ସମୁହ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ହୋଇଥିଲା । ଅତିଥି ପରିଚୟ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ରାକେଶ ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସ୍ମିତା ସାହୁ ସ୍ୱାଗତ ଭାଷଣରେ ଦେଇ କହିଥିଲେ ଯେ, ଶିଶୁ କନ୍ୟାମାନେ କେବଳ ଆଗାମୀ ପିଢ଼ି ନୁହେଁ, ସେମାନେ ବର୍ତ୍ତମାନର ସାମାଜିକ ପରିବର୍ତ୍ତନର ମୁଖ୍ୟ ଶକ୍ତି। ସେ କହିଥିଲେ ଯେ ଶିକ୍ଷା ଓ ସୁରକ୍ଷା ମାଧ୍ୟମରେ ମାତ୍ର ଏକ ସୁସ୍ଥ ସମାଜ ଗଠନ ସମ୍ଭବ।ସଂପର୍କ ସଂଗଠନ ସମ୍ପର୍କରେ ଆଲୋଚନା କରି ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ ଯେ, ସଂପର୍କ ଦୀର୍ଘଦିନ ଧରି ଶିଶୁ, ମହିଳା ଓ ଯୁବମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କାମ କରିଆସୁଛି। ସମାଜରୁ ବାଲ୍ୟ ବିବାହ, ଲିଙ୍ଗ ଭେଦଭାବ ଓ ହିଂସା ଦୂର କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଚଳିତ ବର୍ଷ ୨୫୦୦୦ ଛାତ୍ର ଛାତ୍ରୀ ଙ୍କୁ ସାଇବର ସୁରକ୍ଷ୍ୟା,ଡିଜିଟାଲ ଲିଟେରାସି ସମ୍ପର୍କ ରେ ଦକ୍ଷ୍ୟ କରିବାର ଲକ୍ଷ୍ୟ ରହିଛି ବୋଲି ସମ୍ପର୍କ ତରଫରୁ ସୂଚନା ଦିଆ ଯାଇଥିଲା।କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଆଜିର ଛାତ୍ରୀ ଅତିଥି ବୈଷ୍ଣବୀ ବେହେରା ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିବା ବେଳେ ଉପସ୍ଥିତ ସମସ୍ତଙ୍କୁବାଲ୍ୟ ବିବାହ ନିରୋଧ ଶପଥ ପାଠ କରାଇଥିଲେ।ଭାରତ ବିକାଶ ପରିଷଦ ମହିଳା ସହଭାଗୀତା ର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀମତୀ ସୁପ୍ରିତି ରଥଉପସ୍ଥିତ ସମସ୍ତଙ୍କୁ ସ୍ୱଦେଶୀ ବସ୍ତୁ ବ୍ୟବହାର ର ଶପଥ ପାଠ କରାଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଶିଶୁ ଅଧିକାର ଆଇନ, ସରକାରୀ ଯୋଜନା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ।ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ ଯୋଗ ଦେଇ ତାଙ୍କ ଅଭିଭାଷଣରେ ଶିଶୁ କନ୍ୟାଙ୍କ ସମସ୍ୟା, ଆଇନଗତ ସହାୟତା ଓ ସଚେତନତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ସାଇବର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲିଙ୍ଗରାଜ ସେଠି ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଓ ସଚେତନତାର ଆବଶ୍ୟକତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ଭାରତ ବିକାଶ ପରିଷଦ ର ଶ୍ରୀଜଗନ୍ନାଥ ଧାମ ଶାଖା ର ଅଧକ୍ଷ ସନ୍ତୋଷ କୁ ମହାନ୍ତି,ଜୟନ୍ତୀ ମହାପାତ୍ର,ନଳିନୀପ୍ରଭା ମଲ୍ଲିକ, କିଶୋର ପଟନାୟକ ,ରମାକାନ୍ତ ସାହୂ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ସଂପର୍କ ର ରୋଜାଲିନ ମିଶ୍ରଧନ୍ୟବାଦ ଜ୍ଞାପନ ପରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଶୁଭ ଶର୍ମା,ରାକେଶ ସେଠି,ବିଶ୍ୱଜିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *