February 5, 2026
Home » ସତ୍ୟ ହେଲେ ସାଙ୍ଘାତିକ :ଡୁମାଳ ସମାଜର ଦଲାଲ ସମ୍ପାଦକ,

ସତ୍ୟ ହେଲେ ସାଙ୍ଘାତିକ :ଡୁମାଳ ସମାଜର ଦଲାଲ ସମ୍ପାଦକ,

0
WhatsApp Image 2026-01-11 at 12.14.45 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ଡୁମାଳ ସମାଜର ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ମେଶୁଆଙ୍କ ନାଁରେ ବିବାହ ପ୍ରମାଣ ପତ୍ର ବିକ୍ରି କରିବା ଭଳି ସାଙ୍ଘାତିକ ଚର୍ଚ୍ଚା ଆଲୋଚନା ସାମ୍ନାକୁ ଆସିଛି l ସୂଚନା ଅନୁଯାୟୀ ଜିଲ୍ଲା ସମ୍ପାଦକ ସୁରୁଣ୍ଡି ଗ୍ରାମର ଅମାନିଆ ତଥା ଅସାମାଜିକ ବ୍ୟକ୍ତି ଦୁତିବାହନ ଭୋକ୍ତା ପାଖରେ ୧୫,୦୦୦ ଟଙ୍କା ବଦଳରେ ବିବାହ ପ୍ରମାଣ ପତ୍ର ବିକ୍ରି କରିଥିବା ଜଣା ପଡ଼ିଛି l ଅସାମାଜିକ ଲୋକଟି ପୂର୍ବରୁ ଡୁମାଳ ସମାଜର ପୂର୍ବତନ ସଭାପତି କମଳଲୋଚନ ଖମାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବିଭିନ୍ନ ସମୟରେ ଜାତି ଗଙ୍ଗାଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇଥିଲେ l ଫଳରେ ଡୁମାଳ ସମାଜ ପକ୍ଷରୁ ଉକ୍ତ ବ୍ୟକ୍ତିକୁ ଅସହଯୋଗ କରାଯାଇଥିଲା l କିନ୍ତୁ ଜିଲ୍ଲା ସମ୍ପାଦକ ୧୫,୦୦୦ ଟଙ୍କା ବଦଳରେ ଭିତିରିଆ ସହଯୋଗର ହାତ ବଢ଼ାଇଥିବା କଥା ନିଜେ ଦୁତିବାହନ ସ୍ୱୀକାର କରିବା ସହ ଚାରିଆଡେ ବୁଲିବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି l ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ମେଶୁଆଙ୍କ ଏଭଳି ଲାଞ୍ଚଖୋର ପ୍ରକୃତିକୁ ଡୁମାଳ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଦଲାଲ ସମ୍ପାଦକ ଉପାଖ୍ୟାନ ଦିଆଯାଉ ବୋଲି ଚର୍ଚ୍ଚା ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି l ଏନେଇ ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ମେଶୁଆଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *