ସଫଳ ଆଦିବାସୀ ଛାତ୍ର ପଛୁଆ ଅଞ୍ଚଳ ବାଂଶପାଳରୁ ଜାପାନ ଯିବେ।
କେନ୍ଦୁଝର: ଗର୍ବ ଏବଂ ଆନନ୍ଦର ବିଷୟ ଯେ ଶ୍ରୀ ଗୁରୁକୂଳ ସ୍କୁଲରେ ହୋଇଥିବା ଏକ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ର ସମ୍ବିତ ମୁଣ୍ଡା ଶ୍ରେଷ୍ଠ ବିଜେତା ହିସାବରେ ପୁରସ୍କାର ସ୍ୱରୂପ ୭ ଦିନିଆ ଭ୍ରମଣ ନିମନ୍ତେ ଜାପାନ ଯିବେ। ଏହି ଅନନ୍ୟ ଅବସରଟି ମେଟା ଲର୍ଣ୍ଣ ଇନସ୍ପାୟାର ପ୍ରାଇଭେଟ ଲିମିଟେଡ଼ ଦ୍ଵାରା ଆୟୋଜିତ ଇଣ୍ଡୋ – ଜାପାନ ଏକ୍ସଚେଞ୍ଜ ପ୍ରୋଗ୍ରାମର ଅଂଶ ଅଟେ। ଯେଉଁଥିରେ ଛାତ୍ରଛାତ୍ରୀମାନେ ଜାପାନର ଶିକ୍ଷା, ସଂସ୍କୃତି ଏବଂ ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ଅଧିକ ଜାଣିପାରିବେ। ମେଟା ଲର୍ଣ୍ଣ ଇନସ୍ପାୟାର ପ୍ରାଇଭେଟ ଲିମିଟେଡ଼ ଏହି ଯାତ୍ରା ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରିବ।ଏହି ଯାତ୍ରା ଏକ ଅମୂଲ୍ୟ ଅଭିଜ୍ଞତା ଏବଂ ଜ୍ଞାନ ଦେବା ସହିତ ଛାତ୍ର ଛାତ୍ରୀଙ୍କ ପ୍ରଶିକ୍ଷଣ ଏବଂ ଦୃଷ୍ଟିଭଙ୍ଗୀର ଉନ୍ନତି କରିବ। ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ସମ୍ବିତ ମୁଣ୍ଡା ଏବଂ ଅନ୍ୟ ଛାତ୍ରଛାତ୍ରୀମାନେ ଏକ ନୂତନ ଦୃଷ୍ଟିକୋଣ ଓ ଅନ୍ତର୍ଜାତିକ ସ୍ତରରେ ନେତୃତ୍ୱ ଦକ୍ଷତା ଅର୍ଜନ କରିପାରିବେ। ଆମ ଜିଲ୍ଲାର ଗର୍ବ ଏହି ବିଦ୍ୟାଳୟ ଶ୍ରୀ ଗୁରୁକୂଳ ଯାହା ଘଟଗାଁ ବ୍ଲକର ଗଦାଧରପୁର ଠାରେ ଅବସ୍ଥିତ ଏହାର ସ୍ଥାପନା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ସବୁଠାରୁ ଭଲ ପରୀକ୍ଷା ଫଳ କରିବାରୁ ଆରମ୍ଭ କରି ପିଲା ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଚେଷ୍ଟା କରିଥାଏ। ଏହି ସଫଳତା ପାଇଁ ଛାତ୍ର ସମ୍ବିତ ମୁଣ୍ଡା ସ୍କୁଲର ଚେୟାରମ୍ୟାନ ଡଃ ସତ୍ୟବ୍ରତ ସାହୁ, ନିଜର ପିତା କୃଷ୍ଣ ମୁଣ୍ଡା, ମାତା ଲଷ୍ମୀପ୍ରିୟା ମୁଣ୍ଡା ( ସରପଞ୍ଚ କୋଡ଼ିପସା ଗ୍ରାମପଞ୍ଚାୟତ ) ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
