February 16, 2026
Home » ସଭାପତି ଅଶୋକ ରାଉତ ସର୍ବଭାରତୀୟ ସଂଘକୁ ମନୋନୀତ

ସଭାପତି ଅଶୋକ ରାଉତ ସର୍ବଭାରତୀୟ ସଂଘକୁ ମନୋନୀତ

0
WhatsApp Image 2026-02-15 at 11.05.03 AM

 

କଳାହାଣ୍ଡି ଜିଲ୍ଲା ଔଷଧ ବ୍ୟବସାୟ ସଂଘର ସଭାପତି ଅଶୋକ କୁମାର ରାଉତଙ୍କୁ ଅଖିଳ ଭାରତୀୟ ଔଷଧ ସଂଘର କାର୍ଯ୍ୟକାରିଣୀକୁ
ମନୋନୀତ ହୋଇଛନ୍ତି। ପୁନର୍ଗଠିତ ୨୦୨୫-୨୮ ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନର ରାଜ୍ୟସ୍ତରୀୟ ବୈଠକ ପୁରୀ ଠାରେ ମହାସମାରୋହରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ଅବସରରେ କଳାହାଣ୍ଡି ଜିଲ୍ଲା ଔଷଧ ବ୍ୟବସାୟ ସଂଘର ସଭାପତି ଅଶୋକ କୁମାର ରାଉତଙ୍କୁ ମଧ୍ୟ ଅଖିଳ ଭାରତୀୟ ଔଷଧ ସଂଘର କାର୍ଯ୍ୟକାରିଣୀକୁମନୋନୀତ କରାଯାଇଥିଲା। ତାଙ୍କର ଏହି ନୂତନଦାୟିତ୍ଵ ଘୋଷଣା ପରେ ଅଞ୍ଚଳର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।ପୁରୀରେ ଗୁରୁବାର ଅନୁଷ୍ଠିତ ବୈଠକର ଅଶୋକଙ୍କ ନାମ ଘୋଷଣା ହେବା ପରେ ଉପସ୍ଥିତ ସଦସ୍ୟମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।ସଂଗଠନର ଶୀର୍ଷ ନେତୃତ୍ୱ ଓ ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଶ୍ରୀ ରାଉତ ଔଷଧ ବ୍ୟବସାୟୀମାନଙ୍କ ହିତ ସୁରକ୍ଷା ଓ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ନିରନ୍ତର କାମ କରିବେ ବୋଲି ପ୍ରକାଶ କହିଛନ୍ତି । କଳାହାଣ୍ଡି ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ନିକୁଞ୍ଜ ଦତ୍ତ ମଧ୍ୟରାଜ୍ୟ ଆଇଟି ସେଲ୍‌ର ଚେୟାରମେନ ପଦବୀ ପାଇଁ ମନୋନୀତ ହୋଇଛନ୍ତି ।କଳାହାଣ୍ଡି ଔଷଧ ବ୍ୟବସାୟ ସଂଘର ପୂର୍ବତନ ସଂପାଦକ ତଥା ଭାରତୀୟ ଔଷଧ ସଂଘର ପୂର୍ବତନ କାର୍ଯ୍ୟକାରିଣୀର ସଦସ୍ୟ ହୃଷିକେଶ ମିଶ୍ର, ପୁର୍ବତନ କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ମୁକେଶ କୁମାର ଅଗ୍ରୱାଲ, ପୁର୍ବତନ ସଭାପତି ବିଜୟ କୁମାର ଜୈନ ଶ୍ରୀ ଅଶୋକ କୁମାର ରାଉତ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *