ସମଗ୍ର ଶିକ୍ଷା ସମ୍ପର୍କିତ ସାମାଜିକ ସମୀକ୍ଷକ ମାନଙ୍କ ଏକ ଦିବସୀୟ ତାଲିମ୍ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସମ୍ମିଳନୀ କକ୍ଷ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ୱ ଓ ସ୍ୱଚ୍ଛତା ସମିତି ତଥା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସମଗ୍ର ଶିକ୍ଷା ସମ୍ପର୍କିତ ସାମାଜିକ ସମୀକ୍ଷକ ମାନଙ୍କ ଏକ ଦିବସୀୟ ତାଲିମ୍ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ ଯୋଗ ଦେଇ ତାଲିମ ଶିବିର କୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର, ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ସଞ୍ଜୟ ବଡ଼ମାଳି, ଚୈତନ୍ୟ ମଲ୍ଲିକ ଯୋଗ ଦେଇ ଥିଲେ l ତାଲିମ୍ ଦାତା ଭାବରେ ସଚ୍ଚିଦାନନ୍ଦ ସାହୁ ଯୋଗ ଦେଇ ଏହି ଯୋଜନା ବିଷୟରେ ଆଲୋଚନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
