December 27, 2024
Home » ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଖଇରପୁଟ ଅଧୀନ ରେ ଅଙ୍ଗନୱାଡ଼ି କର୍ମୀ ନିୟୋଜନ ନେଇ ବିଭିନ୍ନ ଗ୍ରାମବାସୀଙ୍କ ମଧ୍ୟରେ ବିଶୃଙ୍ଖଳା ..

ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଖଇରପୁଟ ଅଧୀନ ରେ ଅଙ୍ଗନୱାଡ଼ି କର୍ମୀ ନିୟୋଜନ ନେଇ ବିଭିନ୍ନ ଗ୍ରାମବାସୀଙ୍କ ମଧ୍ୟରେ ବିଶୃଙ୍ଖଳା ..

0

ସରକାରଙ୍କ ନିୟମାବଳୀ ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ଅନ୍ତର୍ଗତ ପାର୍ଥିନୀଙ୍କୁ ଚୟନ ପ୍ରକ୍ରିୟାର ନିୟମାନୁଯାୟୀ ସମସ୍ତ ଦରଖାସ୍ତକାରୀଙ୍କଠୁ ସର୍ବାଧିକ ନମ୍ବର ରଖିବା ସହ ମାଛାଗୁଡ଼ା ଅଧିନସ୍ଥ ନନ୍ଦିନିଗୁଡ଼ା ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବାରୁ ଉକ୍ତ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେଇ ମଙ୍ଗଳା ଦୋରାଙ୍କ ଝିଅ ସଂଯୁକ୍ତା ଦୋରାଙ୍କୁ ମାଛାଗୁଡ଼ା ଅଙ୍ଗନୱାଡ଼ି କର୍ମୀ ଭାବେ ୧୯/୦୯/୨୦୨୪ ତାରିଖରେ ନିଯୁକ୍ତି ପାଇଥିଲେ। କିନ୍ତୁ ମାଛଗୁଡ଼ା ଗ୍ରାମବାସୀ ଚୟନ ପ୍ରକ୍ରିୟାକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ର ୨ ଦିନ ଧରି ତାଲା ପକାଇ ରଖିଥିଲେ।

ପରବର୍ତ୍ତୀ ସମୟରେ ଖଇରପୁଟ ଗୋଷ୍ଟି ଉନ୍ନୟନ ଅଧିକାରୀ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଖଇରପୁଟ ଓ ପୋଲିସ ସହାୟତାରେ କେନ୍ଦ୍ରରେ ପଡ଼ିଥିବା ତାଲା ଖୋଲା ଯାଇଥିଲା। ସେହିପରି ପୁନଶ୍ଚ କାଲାପଲ୍ଲୀ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଭାବେ ଗୁରୁ ଖରାଙ୍କ ଝିଅ ସୁନାମଣି ଖରାଙ୍କୁ ଗତ ତା:- ୨୧/୧୦/୨୦୨୪ ରିଖରେ ନିୟୋଜିତ ନେଇ କାଲାପଲ୍ଲୀ ଗ୍ରାମବାସୀ ମଧ୍ଯ ଚୟନପ୍ରକ୍ରୀୟକୁ ଅନୁରୂପ ଭାବରେ ବିରୋଧ କରି ୱାର୍ଡମେମ୍ବରଙ୍କ ଝିଅ ଲକ୍ଷ୍ମୀ ଖୁଲକୁ ଅଙ୍ଗନୱାଡ଼ି କର୍ମୀ ରୂପେ ଚୟନ କରିବା ପାଇଁ ଦାବି କରି ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ।

ଗୋଷ୍ଟି ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କୁ ବହୁତ ବୁଝାସୁଝା କରିବା ସତ୍ତ୍ୱେ କେନ୍ଦ୍ରର ତାଲା ଖୋଲି ନଥିଲେ । କ୍ରମାଗତ ଭାବେ ତିନି ଦିନ ଧରି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ପରିଶେଷରେ ଉପ ଜିଲ୍ଲାପାଳ, ତହସିଲଦାର ଓ ପୋଲିସଙ୍କ ଗସ୍ତ ପରେ କେନ୍ଦ୍ର ଖୋଲା ଯାଇଥିଲା ।
ସରକାରଙ୍କ ନିୟାମବଳିକୁ ଅନୁସରଣ କରି ଉପ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତା ରେ ଛଅ ଜଣିଆ କମିଟିଙ୍କ ଦ୍ବାରା ଅଙ୍ଗନୱାଡ଼ି କର୍ମୀ ଚୟନ ପ୍ରକ୍ରିୟା ସମ୍ପନ୍ନ ହେଉଅଛି। ଅଙ୍ଗନୱାଡ଼ି କେନ୍ଦ୍ରର ଅଧିନସ୍ଥ ପଥିନୀଙ୍କ ମଧ୍ୟରେ ମାର୍କିଂ କରାଯାଇ ଅଙ୍ଗନୱାଡ଼ି କର୍ମୀ ଚୟନ କରାଯିବା ବ୍ୟବସ୍ଥା ରହିଛି। ତେଣୁ ବେଆଇନ ଭାବରେ ସରକାରୀ କାର୍ଯ୍ୟାଳୟ/ ଅନୁଷ୍ଠାନରେ ତାଲା ପକାଇବା କିମ୍ବା ସରକାରୀ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରିବା ଆଇନଗତ ଅପରାଧ ଅଟେ ବୋଲି ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି।

ମାଲକାନଗିରି ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *