October 23, 2025
Home » ସମାଜ ସଂସ୍କୃତି ସଂପନ୍ନ ଓ ମାନବବାଦ ରେ ପରିପୂର୍ଣ୍ଣ ରହୁ : ରେଡକ୍ରସ ର ଆହ୍ବାନ

ସମାଜ ସଂସ୍କୃତି ସଂପନ୍ନ ଓ ମାନବବାଦ ରେ ପରିପୂର୍ଣ୍ଣ ରହୁ : ରେଡକ୍ରସ ର ଆହ୍ବାନ

0
WhatsApp Image 2025-09-11 at 12.40.57 PM

ସୁବର୍ଣ୍ଣପୁର —ବ୍ୟକ୍ତି ସତ୍ୟନିଷ୍ଠ ହୋଇ ସେବା କଲେ ସମାଜ ସଂସ୍କୃତି ସମ୍ପନ୍ନ ହୋଇଥାଏ ଓ ମାନବବାଦର ଉପଲବ୍ଧି ସମୂହ ପରିପୂର୍ଣ୍ଣ ରହିଥାଏ l ଏହି ଉକ୍ତିକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ସୋନପୁର ସଦର ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରାଙ୍ଗଣରେ ଓଡ଼ିଶା ର ୱେଷ୍ଟ ଜୋନ ଅନ୍ତର୍ଗତ ଆଠ ଗୋଟି ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରୀୟ ଜୁନିଅର ରେଡକ୍ରସ ବ୍ଲକ ସଂଯୋଜକ ଙ୍କ ତିନିଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ସଂଯୋଜକ ମାନଙ୍କୁ ସଂସ୍କୃତି ସଂପନ୍ନ ହୋଇ ମାନବ ସମ୍ବଳ ର ସୁରକ୍ଷା କରିବାକୁ ଆହ୍ବାନ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ସଭାରେ ଅଧ୍ୟକ୍ଷତା କରି ଶିବିରରେ ତାଲିମ ପ୍ରସଙ୍ଗର ଶିକ୍ଷଣୀୟ ଉପାଦାନ ଗୁଡ଼ିକୁ ନିଜ ନିଜର ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବାକୁ ଉଦବୋଧନ ଦେଇଥିଲେ। ଉଦଘାଟନୀ ଉତ୍ସବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡ କ୍ରସ ସମ୍ପାଦକ ସଂଗ୍ରାମ କେଶରୀ ଜେନା, ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଜୁନିୟର ରେଡ କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡ କ୍ରସ ସମ୍ପାଦକ ଘନଶ୍ୟାମ ମେହେର ପ୍ରମୁଖ ଶିବିରାର୍ଥି ମାନଙ୍କୁ ରେଡ କ୍ରସ ର ସେବା ମୂଳକ କାର୍ଯ୍ୟ କ୍ରମରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ। ବିନିକା ବିଇଓ ଲକ୍ଷ୍ମଣ ମିଶ୍ର, ଉଲୁଣ୍ଡା ବିଇଓ ଅଜୟ କୁମାର ଲୁହା, ସୋନପୁର ରାଜ କଲେଜ ଯୁବ ରେଡ କ୍ରସ ସଂଯୋଜକ ଉମାକାନ୍ତ ନାଗ ପ୍ରମୁଖ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉଦବୋଧନ ଦେଇଥିଲେ। ସାଧନ କର୍ମୀ ଲକ୍ଷ୍ମଣ ସ୍ୱାଇଁ, ଡ.ରବିଚନ୍ଦ୍ର ପଶାୟତ, ସୁରେନ୍ଦ୍ରନାଥ ସାମଲ, ଡ.ସତ୍ୟ ନାରାୟଣ ହୋତା, ସୁଦାମ ପଧାନ, ଆଶିଷ କୁମାର ଅଗ୍ରୱାଲ, ଡ଼ା. ଦୁର୍ଗା ଦତ୍ତ ଦାଶ ପ୍ରମୁଖ ପଶ୍ଚିମ ଓଡିଶାର ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲା ର ୭୮ଜଣ ଶିବାରାର୍ଥିଙ୍କୁ ଦକ୍ଷତା ବୃଦ୍ଧି, ମୁର୍ଚ୍ଛ।, ହାର୍ଟ ଅଟାକ୍, ବ୍ରେନ୍ ଷ୍ଟ୍ରୋକ, ପାଣିରେ ବୁଡିଯିବା, ବିଦ୍ୟୁତ ଧକ୍କା, ବିଜୁଳି ଓ ଘଡଘଡି, ସାପ କାମୁଡା ଆଦିର ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସ୍ବେଛାକୃତ ରକ୍ତଦାନ, ସାଇବର ସୁରକ୍ଷା, ସଡ଼କ ସୁରକ୍ଷା, ବିଦ୍ୟାଳୟରେ ରେଡ଼କ୍ରସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ତାଲିମ ଦେଇଛନ୍ତି । ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶିବିରକୁ ପରିଚାଳନା କରିଥିଲେ । ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣୀ ବାଘ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ବ୍ଲକ ସଂଯୋଜକ ବୃନ୍ଦ ଖଲିଆପାଲି ସ୍ଥିତ ଭୀମଭୋଇ ସାଧନା ପୀଠ ଓ ସୋନପୁର ସହରର ପ୍ରସିଦ୍ଧ ମନ୍ଦିର ଗୁଡ଼ିକୁ ପରିଦର୍ଶନରେ ଯାଇ ଧାର୍ମିକ ଓ ଇତିହାସର ଐତିହ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ଓ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ହୋଇଥିଲେ। ସାଧନକର୍ମୀ ଚନ୍ଦ୍ରଶେଖର ମହାପାତ୍ର ଜଗଦୀଶ ଦାଶ, ହେମନ୍ତ ମେହେର, ଦମୟନ୍ତି ଜଗଦଳା, ସୁଜିତ କୁମାର ପୂଜାହାରୀ, ରାଜ୍ୟ ଜୁନିଅର ରେଡ଼କ୍ରସ କୋଷାଧ୍ୟକ୍ଷ ସୁରେନ୍ଦ୍ରନାଥ ସାମଲ, ଝସକେତନ ମେହେର, ସାହାରା ଟ୍ରଷ୍ଟ ସ୍କୁଲ ର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସାହାରା ଟ୍ରଷ୍ଟ ହାଇସ୍କୁଲ ର ପ୍ରଧାନଶିକ୍ଷକ ତଥା ଜିଲ୍ଲା ଜୁନିୟର ରେଡ କ୍ରସ ଉପ ସଭାପତି ଗତିକୃଷ୍ଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *