ସମୁଦ୍ର ବେଳାଭୂମି ରେ ଚାଲିଛି ବେଧଡକ ଗଛ କଟା : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ
ପାରାଦ୍ୱୀପ/କୁଜଙ୍ଗ – ସାମୁଦ୍ରିକ ବିପତିର ସୁରକ୍ଷା ପାଇଁ ସରକାରଙ୍କର ସିଆରଜେଡ ଆଇନର ସୃଷ୍ଟି ହୋଇଥିଲେ ମଧ୍ୟ ଉକ୍ତ ଆଇନକୁ ଖୋଲା ଖୋଲି ଉଲଘ୍ନ କରିଚାଲିଛନ୍ତି କାଠ ମାଫିଆ। ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାପାଇଁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶ ଅଞ୍ଚଳର ବେଳାଭୂମି ନିକଟରେ। ଅଞ୍ଚଳର କିଛି କାଠମାଫିଆଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ଆଇନକାନୁନ ସମ୍ପୂର୍ଣ୍ଣ ବଳିପଡ଼ିଥିବା ଭଳି ପରିଲିକ୍ଷିତ ହେବାରେ ଲାଗିଛି। ସ୍ଥାନୀୟ କିଛି ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବେଳାଭୂମି ସୁରକ୍ଷା ପାଇଁ ସରକାର ସମୁଦ୍ର କୂଳରେ ଝାଉଁ ବଣ ସୃଷ୍ଟି କରିଚାଲିଥିବା ବେଳେ କାଠ ମାଫିଆ ମାନେ ଏହାକୁ ନିରବଛିନ୍ନ ଭାବେ କାଟି ଚାଲିଛନ୍ତି l ତେବେ ଏଥିପ୍ରତି ଜଙ୍ଗଲ ବିଭାଗ ର କୌଣସି ଦାୟିତ୍ୱ ଥିବା ପରି ମନେ ହେଉନାହିଁ l ତେବେ ଏଥିପ୍ରତି ସରକାର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାପାଇଁ ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁଶାନ୍ତ ଶେଖର ସ୍ୱାଇଁ ଦାବୀ କରିଛନ୍ତି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ
