ସମୂହ ବ୍ରତପୋନୟନ
ଭୁବନେଶ୍ୱର : ସୌର ବ୍ରାହ୍ମଣ ପରିଷଦ ଦ୍ୱାରା ସମୂହ ବ୍ରତପୋନୟନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କିଟ୍ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ସମୂହ ବ୍ରତପୋନୟନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ ଗରିବ ବ୍ରାହ୍ମଣ ବାଳକ ଯୋଗ ଦେଇଥିଲେ। ପରିଷଦ ପକ୍ଷରୁ ସେମାନଙ୍କୁ ବ୍ରତପୋନୟନ ପାଇଁ ଆବଶ୍ୟକ ସାମଗ୍ରୀ ଦିଆଯିବା ସହ ସମ୍ପୂର୍ଣ୍ଣ ଖର୍ଚ୍ଚ ପରିଷଦ ବହନ କରିଥିଲା।

କାର୍ଯ୍ୟକ୍ରମରେ ସଂଗଠନର ସଭାପତି ରଘୁନାଥ ଦାଶ, ଉପସଭାପତି ପଣ୍ଡିତ ଅନନ୍ତ ଚରଣ ନାୟକ, ସହ ସମ୍ପାଦକ ପଣ୍ଡିତ ଅଚ୍ୟୁତାନନ୍ଦ ନାୟକ, ପଣ୍ଡିତ ମହେଶ୍ୱର ପାତ୍ର, ଭରତଚନ୍ଦ୍ର ମିଶ୍ର, ଦେବାଶିଷ ଆଚାର୍ଯ୍ୟ ଏବଂ ସଂଯୋଜକ କୌଳାସ ଆଚାର୍ଯ୍ୟ, ସଂଗଠନ ସଂପାଦକ ତ୍ରିନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅତିଥି ଭାବେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ ବ୍ରହ୍ମଚାରୀଙ୍କୁ ଆଶିର୍ବାଦ କରିଥିଲେ।
