March 17, 2026
Home » ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବି କଲେ ସାଂସଦ ଶ୍ରୀ ବିଶି

ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବି କଲେ ସାଂସଦ ଶ୍ରୀ ବିଶି

0
WhatsApp Image 2026-03-13 at 12.34.46 PM

ସୁବର୍ଣ୍ଣପୁର: ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜ୍ୟସଭା ରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ ) ପ୍ରତିଷ୍ଠା ପାଇଁ ଦୃଢ଼ ଦାବି କରିଛନ୍ତି ।ସାଂସଦ ଶ୍ରୀ ବିଶି ଦାବି କରି କହିଛନ୍ତି ଯେ ଓଡ଼ିଶାର ଭୌଗୋଳିକ ଅଞ୍ଚଳ ଓ ଜନସଂଖ୍ୟା ଆଧାର ଅନୁସାରେ ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଆବଶ୍ୟକ। ବର୍ତ୍ତମାନ ଓଡିଶା ରାଜ୍ୟର ଭୁବନେଶ୍ୱରରେ ଏକ ଏମ୍ସ ହସ୍ପିଟାଲ ରହିଛି, ଯାହା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ମାନକୁ ଉନ୍ନତ କରିଛି l କିନ୍ତୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ଓ ଉତ୍ତର ଉପକୂଳ ଅଞ୍ଚଳ ବାଲେଶ୍ୱରରେ ଏପର୍ଯ୍ୟନ୍ତ ଏଭଳିଆ ଉନ୍ନତ ଧରଣର ଚିକିତ୍ସା ସଂସ୍ଥା ନାହିଁ । ସାଂସଦ ନିରଞ୍ଜନ ବିଶି କହିଥିଲେ ଯେ ଏହି ଏମ୍ସ ହସ୍ପିଟାଲ ଗୁଡ଼ିକ ମାତ୍ର ସାଟେଲାଇଟ ସେଣ୍ଟର ନୁହେଁ, ବରଂ ଏମ୍ସ ଭୁବନେଶ୍ୱର ପରି ସମସ୍ତ ସୁବିଧା, ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଉପକରଣ ହସ୍ପିଟାଲ ଭାବେ ସ୍ଥାପିତ ହେବା ଉଚିତ। ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ସମ୍ବଲପୁର, କୋରାପୁଟ, ବାଲେଶ୍ୱର ରେ ଏମ୍ସ ପ୍ରତିଷ୍ଠା ହେଲେ ଲୋକମାନେ ଉତ୍ତମ ମାନର ଚିକିତ୍ସା ସେବା ପାଇବେ ଓ ଏହି ଅଞ୍ଚଳରେ ଚିକିତ୍ସା,ଶିକ୍ଷା ଓ ଗବେଷଣାକୁ ମଧ୍ୟ ବିକଶିତ କରିପାରିବ । ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ଅଞ୍ଚଳ ରେ ଏମ୍ସ ସଂସ୍ଥାଗୁଡ଼ିକ ଶୀଘ୍ର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *